STORYMIRROR

prajna paramita

Others

4.4  

prajna paramita

Others

ଭିନ୍ନ ଦୁନିଆ

ଭିନ୍ନ ଦୁନିଆ

1 min
509



ଧିରେ ହେଉଥିଲା ମସ୍ତିଷ୍କ ନିଷ୍କ୍ରିୟ

ଧମନୀ ଗଲା ଯେ ଶୋଇ,

ରୋଧ କରିନେଲା ରକ୍ତର ପ୍ରବାହ

ସଞ୍ଜ ଆସିଗଲା ନଇଁ ..


ନିସ୍ତେଜ ହୋଇଲା ହୃଦୟ ସ୍ପନ୍ଦନ

ଅସ୍ପଷ୍ଟ ଯେ ଚକ୍ଷୁ ଚିତ୍ର,

ବଧିର ପ୍ରାୟକ କର୍ଣ୍ଣ ଯୁଗଳ ମୋ

ନିସ୍ତବ୍ଧ ଯେ ଗୀତା ସ୍ତୋତ୍ର ..


ବଧିରା,କାଲୁଆ ଅଙ୍ଗ ପ୍ରତ୍ୟଙ୍ଗରେ

ହେମାଳ ଜାଉଛି ଛାଇ ,

ରୁଦ୍ଧ ହେଉଥିଲା ନିଶ୍ୱାସର ଗତି

ଦୀର୍ଘଶ୍ୱାସ ପଥ ଦେଇ ..


ଚେତା ଓ ଚେତନା ଧକ୍କା ଦେଉଥିଲେ

ପାର୍ଥିବ ପିଣ୍ଡକୁ ମୋର,

ଅବଶ ଶରୀରୁ , ମୋହ ମାୟା ଘେରୁ

ହେବାକୁ ସୁକ୍ଷ୍ମ ବାହାର ..


ନିମିଷ ମାତ୍ରକେ ,ଆବିଷ୍କାର କଲି

ଭିନ୍ନ ଦୁନିଆରେ ଆଜି,

ପାର୍ଥିବ ଶରୀର , ନିକଟରେ ମୋର

ମୁଁ କିନ୍ତୁ ଯାଇଛି ହଜି ..

ପ୍ରଜ୍ଞା ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍