STORYMIRROR

Chittaranjan Nanda

Others

4  

Chittaranjan Nanda

Others

ଭିକ୍ଷା ଏ ସନ୍ଧ୍ୟାରେ

ଭିକ୍ଷା ଏ ସନ୍ଧ୍ୟାରେ

1 min
402


ଜୀବନ ଯାତ୍ରାରେ,

ଅନ୍ତହୀନ ପଥରେ,

ଚାଲିଛି ଅମଡା ବାଟରେ,

ହିସାବ ଆସିନି ଠିକ ଭାବରେ.


ମୋହମାୟାର ଅନ୍ଧାର ଉଙ୍କି ମାରେ,

ଜଳୁଛି ମୋହଗ୍ରସ୍ଥ ଉପତ୍ୟକାରେ,

ଭୋଗୁଛି ବହୁ ଯନ୍ତ୍ରଣା ଜୀବନରେ,

ତଥାପି ଶାନ୍ତି ପାଇବା ଆଶାରେ.


ହେ ଶୁଭାକାଂକ୍ଷୀ ମିତ୍ର ମୋ ଜୀବନର, 

ହୃଦୟେ ବୁଣିବ ମହକ ବାଣୀ ଧୈର୍ଯ୍ୟର,

ଲୋଡେ ମୁହିଁ ହୋଇ ଅତୀବ ଅଧୀର,

ସମର୍ପିତ ଭାବ, ନାହିଁ ପରିଭାଷା ଛଳନାର.


ଶୁଦ୍ଧ ଚିନ୍ତନ ହୃଦୟରେ,

ଶୁଭ ଭାବନାରେ,

ନିଜସ୍ୱ ବିବେକରେ,

ଶୁଦ୍ଧ କର୍ମ ଭିକ୍ଷା କରୁଛି ଏ ସନ୍ଧ୍ୟାରେ.


କାର୍ପଣ୍ୟ କର ନାହିଁ ମୋ ସାଥୂରେ,

ସମର୍ପି ଦିଅ ମହାର୍ଘ୍ୟ ମୋରେ,

ତୁମ ବନ୍ଧୁତାର ରେଣୁରେ,

ମିଳାଅ ହାତ ମୋ ହାତ ସଂଗରେ.


ମାନ ରଖ ମୋର,

ସ୍ପର୍ଶ କରି ମୋ ବିଶ୍ବାସର,

ମୋ ଭାବାବେଗ ଅନ୍ତରର,

ଦରଦୀ ବୁକୁରେ ଠିକଣା ଭର.


ପ୍ରେମ ତ ଅଟେ ଦିବ୍ୟ ସୁନ୍ଦର,

ଯାର ପ୍ରାପ୍ତି ପାଇଁ ସର୍ବେ ତତ୍ପର,

ଦିଅ ଭରି ଅମିୟ ଧାରା ପ୍ରେମର, 

ହେଉ ଅଧରେ ଅମିୟ ହସ ମୋର.

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍