STORYMIRROR

Subhalaxmi Nayak

Others

3  

Subhalaxmi Nayak

Others

ଭିଜା ମାଟି

ଭିଜା ମାଟି

1 min
259

ନିଦାଘ ଗ୍ରୀଷ୍ମ କାଳେ

ହଠାତ୍ କାଳବୈଶାଖୀ ବେଳେ

ପ୍ରଥମ ବର୍ଷାର ଛିଟା

ଯେବେ ଧରଣୀ ତନୁକୁ ଛୁଏଁ,

ପ୍ରଥମ ପ୍ରେମର ପ୍ରଥମ ଛୁଆଁ ପରି

ଶିହରଣ ଖେଳେ ଧରଣୀ ତନୁରେ

ସେଇ ଛୁଆଁର ବାସ ଚହଟି ଆସେ

ହଁ, ସେଇ ତ ଭିଜା ମାଟିର ଅନୁଭବ

ହାଲୁକା ସ୍ନିଗ୍ଧ ଶୀତଳ ବାସ୍ନାରେ

ଉତଫୁଲ୍ଲିତ ହେଉଥିବା କବିଟିଏ,

ଖୋଲି ବସେ କବିତାର ପେଡ଼ି।

ଲେଖନୀ ଚଲେଇ ସଜେଇ ଚାଲେ

ଶବ୍ଦର ଧାଡ଼ି ପରେ ଧାଡ଼ି

ସେ ଅନୁଭବକୁ ଚମତ୍କାର ଢଙ୍ଗରେ

କାଗଜ ଉପରେ ଉତାରିବା କଷ୍ଟ,

କିନ୍ତୁ ପାଠକର ଆତ୍ମା ନିବିଡ଼ ହୋଇ ଉଠେ

ସେଇ ଧାଡ଼ି ସବୁକୁ ଏକାନ୍ତରେ ଭେଟିବା ପରେ,

ବଖାଣି କହେ,

ଭିଜା ମାଟିର ସେ ବାସ୍ନାର 

ଅପୂର୍ବ ଅନୁଭବ ସତେ ଯେମିତି

ପ୍ରଥମ ପ୍ରେମର ହାତଲେଖା ଚିଠି

ଆଉ ଗୋଲାପୀ ଲଫାପାରେ

ଅତର ଛିଟାର ମହକ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍