STORYMIRROR

BISWESWAR MAJHI

Others

3  

BISWESWAR MAJHI

Others

ଭୀଷ୍ମ ପ୍ରତିଜ୍ଞା

ଭୀଷ୍ମ ପ୍ରତିଜ୍ଞା

1 min
11.8K

,     

ଗଙ୍ଗାପୁତ୍ର ଦେବବ୍ରତ ଶାନ୍ତନୁ ତନୟ

ଦେବଗୁରୁ ବୃହସ୍ପତି ଠାରୁ ଲଭି ଶିକ୍ଷା 

ତାରୁଣ୍ୟର ଉଦ୍ଦାମତା ସତ୍ୟ ପ୍ରତି ଲୟ

ଅମାପ ପିତୃ ଭକତି ରାଜ୍ୟପ୍ରେମ ଦୀକ୍ଷା। 


ଦାସ ରାଜାଙ୍କ ନିକଟେ ପ୍ରତିଜ୍ଞା ଭୀଷଣ

ଚିର କୁମାର ରହିବ ସିଂହାସନେ ନିଷ୍ଠା

ସତ୍ୟବତୀ କନ୍ୟା କଲ ପିତାଙ୍କୁ ଅର୍ପଣ

ଦେବଗଣ ଆଚମ୍ବିତ ଦେଖି ପରାକାଷ୍ଠା !


ଦୁର୍ଯ୍ୟୋଧନ ରାଜା ପୁଣି ଶକୁନି ମନ୍ତ୍ରଣା

କାହିଁ ଗଲା ସତ୍ୟ ନ୍ୟାୟ ଧର୍ମ ରାଜନୀତି

ଇଛାମୃତ୍ୟୁ ବର ଦେଲା ଜୀବନ ଯନ୍ତ୍ରଣା

ମହାଭାରତ ଯୁଦ୍ଧରେ ଶରଶଯ୍ୟା ଗତି ।


ଗୋଟିଏ ପ୍ରତିଜ୍ଞା କେବେ ନକର ପ୍ରତିଜ୍ଞା

ଛଳନାପୂର୍ଣ୍ଣ ସଂସାର ଛକି ବସେ ଶଠ

ପ୍ରତିଜ୍ଞା ମୋହରେ ହେବ ଜୀବନ ଅବଜ୍ଞା

ଭୀଷ୍ମର ପ୍ରତିଜ୍ଞା ନୁହେଁ ସେତ ଯୁପକାଷ୍ଠ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍