STORYMIRROR

baishnaba meher

Others

3  

baishnaba meher

Others

ଭିଡ

ଭିଡ

1 min
421


ଭିଡ ଭିତରେ...

ଆଜି ପୁଣି ନୂଆ ସଫଳତା ଖୋଜୁଛି,

ଦୁର୍ବିସହ ହାଡ ଭଙ୍ଗା କଷ୍ଟ କରି,

ଲକ୍ଷ୍ୟ ଲକ୍ଷ୍ୟ ସ୍ବପ୍ନପିପାସୁ ମଧ୍ୟେ,

ନିଜକୁ ସାମିଲ କରିଛି ।


ଭିଡ ଭିତରେ...

ଆଜି ପୁଣି ନୂଆ ସଫଳତା ଖୋଜୁଛି,

ସ୍ୱସ୍ୱାର୍ଥକୁ ଜଳାଞ୍ଜଳି ଦେଇ,

ଅଗଣିତ ଅହଙ୍କାରୀ ମଣିଷଙ୍କ ମଧ୍ୟେ,

ଗୋଡ଼କୁ ଆଗେଇ ଦେଇଛି ।


ଭିଡ ଭିତରେ...

ଆଜି ପୁଣି ନୂଆ ସଫଳତା ଖୋଜୁଛି,

ରାତି ଦିନ ପରିଶ୍ରମ କରି,

କାଳ୍ପନିକ ଜଗତରେ ବଂଚିବା ପାଇଁ,

ଅତ୍ମୀୟଙ୍କଠୁ ଦୁରେଇ ଯାଇଛି ।


ଭିଡ ଭିତରେ...

ଆଜି ପୁଣି ନୂଆ ସଫଳତା ଖୋଜୁଛି,

ନିଜ ମନର କୋହକୁ ଚାପିରଖି,

ଶହ ଶହ ଲୋକଙ୍କ ଆଗରେ

ହସିବାର ଅଭିନୟ କରୁଛି ।


ଭିଡ ଭିତରେ...

ଆଜି ପୁଣି ନୂଆ ସଫଳତା ଖୋଜୁଛି....



Rate this content
Log in