ବହି
ବହି
1 min
139
ଜ୍ଞାନର ଭଣ୍ଡାର ତ ଅଟଇ ବହି ତୋ ବିନା ଜୀବନେ ମୂଲ୍ୟ କିଛି ନାହିଁ ।
ପ୍ରତିଟି ମୁହୂର୍ତ୍ତରେ ତୁ ଅଟୁ ସାଥୀ ଧରିଦେଲେ ସର୍ବସମ ଦିନରାତି ।
ନାନାରଙ୍ଗେ ନାନାରୂପେ କଥା କହେ ଦୁନିଆଁର ସବୁ ଲିପିବଦ୍ଧ ଥାଏ ।
ପୂର୍ବେ ଥିଲା ପୋଥି ଏବେ ହେଲା ବହି ଭାବୁକ ଲେଖଇ ଲେଖା ଗୀତ ଗାଇ ।
ସଭିଏଁ ପଢିଣ ବଢାନ୍ତି ଅକଲ ଜୀବନରେ ତୋହରି ମୂଲ ଅମୂଲ ।
