STORYMIRROR

ମିତା ପଟନାୟକ

Others

3  

ମିତା ପଟନାୟକ

Others

ବହି

ବହି

1 min
189

ଅ' ଆ ' ଶିଖିବାର ପ୍ରଥମ ଇଚ୍ଛା ବୋଧେ ତାକୁ ହିଁ ଦେଖି

ଜାଗ୍ରତ ହେଇଥିଲା ଶୈଶବର ଅଝଟିଆ ମୁହୂର୍ତ୍ତରେ

ନିର୍ଜୀଵ ନିସ୍ତବ୍ଧ ଅଥଚ ପ୍ରତି ଅକ୍ଷରରେ ବନ୍ଦୀ

ଖୁବ କୋଳାହଳ କରୁଥିବା ଘଟଣା ସବୁ

ବୋଲ ମାନୁ ନଥିବା ଅବ୍ୟକ୍ତ ଯନ୍ତ୍ରଣା

ଖୁବ କ୍ଷିପ୍ର ଗତିରେ ଆତଯାତ ହେଉଥିବା ପ୍ରତିଶୋଧ ସବୁ

କେମିତି କେଜାଣି ବିଦ୍ୟାଳୟ ଉପସ୍ଥାନ ଖାତାର ନାମ

ପରି ଚେକା ମାରି ବସିଥାନ୍ତି ତାରି ଭିତରେ ।


ପ୍ରଛଦଟା ସଦାକାଳେ କୋର୍ଟ ରୁମ ର ଦଲିଲ ସମ

ଖୁବ ସ୍ପଷ୍ଠ ଆଉ ତୀକ୍ଷ୍ଣ

ବିନା ଭୟ ଆଉ ସଂକୋଚରେ

କହୁଥାଏ ତା ଭିତରେ ସାଇତା ହେଇଥିବା ଛୋଟ ବଡ଼

ଘଟଣାର ଇତିବୃତି,

ହଳଦିଆ ପଡି ଯାଉଥିବା ପୃଷ୍ଠା

ଛାତି ରେ ଛାତିଏ ଅଭିଜ୍ଞତା କୁ

ବର୍ତ୍ତମାନ ର ସୁଆଙ୍ଗ ବିଛଣାରେ ଶୁଆଇଦେବାର

ଯେତେ ଯେତେ ଚେଷ୍ଟା

ସତ ସତ ବ୍ୟବସ୍ଥା ସବୁ କାଟ ଖାଇଯାଏ

ସମୟ ଯେଉଁଠି କଡ଼ ଲେଉଟାଏ ।


ବହି ଦେଖେନା ମୁହଁ

ଚରିତ୍ର ମୁଖ୍ୟ ଅବା ଗୌଣ

ରାଜା ଅବା ପ୍ରଜା

ନାୟକ ଏବଂ ଖଳ ନାୟକ

ସମସ୍ତଙ୍କୁ ତଉଲି ଥାଏ

ତା ନିଜ ନିକିତି ଆଉ ବାସ୍ତବତାର ଭାରୀ ବଟକରା ରେ

ସଦା ଜାଗ୍ରତ ସଦା ସତତ

ଚୀର ଉନ୍ମୁକ୍ତ

ଖୁବ ବିସ୍ତୃତ

ସେ ବହି ।


Rate this content
Log in