STORYMIRROR

Prasanta kumar Hota

Others

3  

Prasanta kumar Hota

Others

ବହି

ବହି

1 min
393


ଏଇ ଆମରି ବହି

କେତେ ଜ୍ଞାନ କଥା ତାମଧ୍ୟେ ରହିଛି

ତାର ଗଉରବ ଜଗତେ ବ୍ୟାପିଛି

ସବୁଠାରେ ପ୍ରିୟ ହୋଇ

ସବୁରି ସାଥିରେ ରହି

ଏଇ ଆମରି ବହି।


ଏଇ ଆମରି ବହି

କଥା କାହାଣୀକୁ ରଖିଛି ସେଥିରେ

ପାଠ ଅପାଠ ବି ଭରିଛି ଭିତରେ

କୁହା ଅକୁହାକୁ କହି

ମନ ନେଉଥାଏ ମୋହି

ଏଇ ଆମରି ବହି


ଏଇ ଆମରି ବହି

କେତେ ଇତିହାସ ଭାଷାର ସାହିତ୍ୟ

ଜ୍ୟାମିତି ଭୂଗୋଳ ଇଂରାଜୀ ଗଣିତ

ବେଦ ବାଇବେଲ ହୋଇ

ଜ୍ଞାନାମୃତ ବାଣ୍ଟୁଥାଇ

ଏଇ ଆମରି ବହି ।


ଏଇ ଆମରି ବହି

ଶିଶୁ ବାଳ ବୃଦ୍ଧ ଧରନ୍ତି ସଭିଏଁ

ବୟସ ବାଧକ କାହାର ବି ନୁହେଁ

ବହି ଦିଏ ଜ୍ଞାନ କହି

ମାନବ ବିକାଶ ପାଇଁ

ଏଇ ଆମରି ବହି ।


ଏଇ ଆମରି ବହି

ଆଗ୍ରହ ଯାହାର କରେ ସେ ନିଜର

ଜୀବନଟା ଧନ୍ୟ ହୁଅଇ ତାହାର

ଜୀବନର ମୂଲ୍ୟ ଦେଇ

ସୃଷ୍ଟି ସୁଧା ସଦା ସେହି

ଏଇ ଆମରି ବହି


ଏଇ ଆମରି ବହି

ରଙ୍ଗ ବେରଙ୍ଗରେ ସାଇତିଛି ଛବି

କେତେ ସ୍ମୃତି ଚିହ୍ନ ଆଙ୍କିଦିଏ କବି

ଜ୍ଞାନ ତାଲା ଚାବି ବହି

ବାର୍ତ୍ତା ଅନୁଭୂତି ନେଇ

ଏଇ ଆମରି ବହି


ଏଇ ଆମରି ବହି

ବହିଟି ପରି କେ ଅଛି କିଏ ବନ୍ଧୁ

ଜ୍ଞାନ ବିଜ୍ଞାନର ଅଟେ ସେହି ସିନ୍ଧୁ

ଆପଦେ ବିପଦେ ସେହି

ପଟାନ୍ତର ତାର ନାହିଁ

ଏଇ ଆମରି ବହି


ଏଇ ଆମରି ବହି

ସମାଜ ଭିତରେ ରହିବା ଶିଖାଏ

ସବୁରି ଆଗରେ ଚାଲିବା ପାଇଁ

ଜଣା ଅଜଣାକୁ ବୋହି

ଦେଉଥାଏ ସୂତ୍ର କହି

ଏଇ ଆମରି ବହି


ଏଇ ଆମରି ବହି

ଆପଣା ପରକୁ ଅବିଚାର ନାହିଁ

ଧନି କି ଗରୀବ ସବୁରି ସେ ଭାଇ

ବ୍ରହ୍ମା ବିଷ୍ଣୁ ଶିବ ସେହି

ତାର ସମ କେହି ନାହିଁ

ଏଇ ଆମରି ବହି ।


ପ୍ରଶାନ୍ତ କୁମାର ହୋତା


Rate this content
Log in