STORYMIRROR

pratap nayak

Others

2  

pratap nayak

Others

ବହି-ଧର୍ଷିତା ହେଇବି ଖୁସି

ବହି-ଧର୍ଷିତା ହେଇବି ଖୁସି

1 min
186



ମୋ ଦେହରେ ଥିବା ଯେତେ ପୋଷାକ

ତୁମ ମୁନିଆ ନଖରେ,

ଚିରି ବିଦାରି ଦିଅ .....

ପାଦଠୁ ମଥାଯାଏ ଦେଇଚାଲ ଚୁମା ତୁମେ ଯେତେ ଦେଇପାର

ମୋ ଅଂଗର ସେହି ସ୍ଥାନ .....

କଟି ...ଛାତି ...ଗାଲ

ଯାହା ତୁମକୁ ଭଲ ଲାଗେ,

ଯାହା ଇଚ୍ଛା ତୁମେ କରିପାର

ତୁମ ଘରେ ବନ୍ଦ କରି ଫାଟକ

ଏକା ଏକା ଅବା ସାଂଗମେଳେ

ଧାନଖଳା ଲାଜୁଆ ଶୀତରେ

କିବରମୂଳ ଉଦୁଉଦିଆ ଖରାବେଳେ

ଯାହା ଇଚ୍ଛା ତୁମେ କରିପାର

ଯେପରିକି !

ଗେଲ କର ଦଂଶନ କର ଅବା

ମୋ ବିବଶନା ଦେହକୁ ଧର୍ଷଣ ବି କରିପାର.....

ପୁରା କର ତୁମ ଉଦର ବାସନା ଅବା ମନର ବାସନା ......

ଜ୍ଞାନର ମାଠିଆ ଭରିନିଅ ଯଗିରହି ମଥାନତ କରି ଦିନ ଅବା ରାତି.....

କରିବିନି ବାରଣ, ପ୍ରତିବାଦ ଅବା ଅବଶୋଷ

ମୋ ଧର୍ଷିତା ଚେହେରାକୁ ସଜେଇ ରଖ ତୁମ ପଢାଘରର ଆଲମିରା ଭିତରେ

ସହିବାକୁ ତୁମ ପିଲାଙ୍କ ଭଲପାଇବା ସ୍ନେହ ଅବା ଧର୍ଷଣ.....

ତୁମେ ଯେପରି ତିଳତିଳ... ରାତିଦିନ

ମତେ ନଶୋଇଦେଇ କରିଥିଲ ତୁମ ବିଛଣାର ସହଭାଗି!

ଏବେ ଖୁସି ....ସେବେବି ହେବି ଖୁସି ମନଭରି ମନମାନି କର

ଯେତେ ତୁମ ଇଚ୍ଛା ......

ମୋ ଇଚ୍ଛା ଅନିଚ୍ଛାର ପଶାପାଲିରେ

କେବଳ ଏକା ଦାନ ଆସିବ

ଗୋଟିଏ ଆସିବ

ମୁଁ ବାରମ୍ବାର ଧର୍ଷିତା ହେଇବି ଖୁସି

ଧର୍ଷିତା ହେଇବି ଖୁସି.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍