ବହି ଆଉ ମୁଁ
ବହି ଆଉ ମୁଁ
କେତେବେଳେ ଛାତି ରେ ଜାକି ତ
କେତେବେଳେ କୋଳ ରେ ଧରି
ମାତୃତ୍ଵ ର ଅନୁଭବ କରି ଥିଲି
ବାଲ୍ୟକାଳରୁ ,
ତୁ ଥିଲୁ ମୋ ସାଥି ରେ
ଗୀତା ର ବାଣୀ
କି
ରାମାୟଣ ର କାହାଣୀ
ବେଦ ର ଶୋଳ୍କ କି
ବିଜ୍ଞାନ ର ଜ୍ଞାନ କୁ ନେଇ।
କେତେ ଆଶା ନେଇ
ଏବେ ଉଣ୍ଡୁଛୁ ତୁ
ବନ୍ଦ ଆଲମାରୀ ର ଫାଙ୍କ ରୁ
ବୋଧହୁଏ ମାସ ମାସ ବିତିଗଲାଣି
ମୋ ସହ ଦେଖା ହେବାର
ମନେ ପଡୁନି ସେ ଇତିହାସ
ଆଜି ଏହି ମୁହୂର୍ତ୍ତ ରେ
ମନେ ପଡୁଛି ସେ ଦିନ
ବାପା ଙ୍କ ହାତରେ ଥିବା
ଶିଶୁଲେଖା
ମୀନା ବଜାର
ଜହ୍ନମାମୁଁ ର
ପୃଷ୍ଠା ରେ , ଖୁସିରେ ନାଚୁଥିବା
ଶବ୍ଦଙ୍କର ଝଙ୍କାର
ମନେ ପଡୁଛି ମାଙ୍କଡ଼ ବିଲେଇ ଙ୍କ ଛବି କୁ ଦେଖି
ଓଠ ରେ ଖେଳୁଥିବା ସେ ଛୋଟ ହସ ର
ଏବେ ସେ ପୃଷ୍ଠା ରେ ନିରବ କାନ୍ଦଣା
ଖସିପଡ଼ିଛନ୍ତି ଯେମିତି ଶବ୍ଦ ମାନେ
ପୃଷ୍ଠା ଭିତରୁ,
ଲାପଟପ ରେ ମୋ ଆଙ୍ଗୁଠିକୁ ଦେଖି
ଅଭିମାନ ରେ
କେଉଁ ଏକ ଲୁହ କୁ ଲୁଚାଇ।
ତୋ ସହ ମୋ ସଂପର୍କ
କିପରି କେଜାଣି , ପାଲଟି ଗଲା
କାଗଜ ଫୁଲ ରେ
ଆଉ ଡେରି କରନା
ଚାଲ ଯିବା ଆମେ
ତୁ ବାହାରେ ବନ୍ଦ ଆଲମାରୀ ଭିତରୁ
ମୁଁ ବାହାରିବି ଏଇ
ଇଣ୍ଟରନେଟ ଦୁନିଆ ରୁ
ଏବେ ଦେଖିବି ମୁଁ
ଗଢିବୁ ପୁଣି
ତୁ ଗୋଟେ ନୂଆ ସଂପର୍କ
ଦୁଇ ଜଣଙ୍କ ମନ ରେ
ଗୋଲାପ ଫୁଲ ଟିଏ ଧରି
ତୋ ମଝି ପୃଷ୍ଠା ରେ,
ଏବେ ଦେଖିବି ମୁଁ
ଗଢିବୁ ତୁ ପୁଣି
ଗୋଟେ ନୂଆ ସଂପର୍କ
ଦୁଇ ଜଣଙ୍କ ସ୍ପର୍ଶ ରେ
ତୋତେ ଦେବା ନେବା ବାହାନାରେ।
ପାରମିତା ଷଡ଼ଙ୍ଗୀ
