ଭଗ୍ନ କୋଣାର୍କ
ଭଗ୍ନ କୋଣାର୍କ
ଚିତ୍ର ରେ କୋଣାର୍କ
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ---------- -------------------- ----------
• ସୂର୍ଯ୍ୟ ଉପାସନା ପାଇଁ ଚନ୍ଦ୍ରଭାଗା ସାଗର କୂଳରେ ଏହି
• ଅଦ୍ଭୁତ କଳା କୋଣାର୍କ ଗଢିଲା ଓଡ଼ିଆ ଜାତି ବଢେଇ ।।
• ସେହି କୋଣାରକ ଭଗ୍ନ ମଉନ ଶୀରି ତା ଯାଇଛି ହଜି
• ନାହିଁ ଆଉ ଆଗ ଶୋଭା ସଂପଦ ନାହିଁ କାରୁକାର୍ଯ୍ୟ ରାଜି ।।
•
• ବାରଷ ବଢେଇ ବାରବରଷ ର ରକତକୁ ଝାଳ କରି
• ଗଢିଥିଲେ ଯେଉଁ ସୁରମ୍ୟ ମନ୍ଦିର ଆଜିଦିଶେ ହତଶୀରି ।।
• ତାଣ୍ଡବେ ମଗ୍ନ ସମ୍ଭୁ ଆଜି ଭଗ୍ନ ମସ୍ତକେ ଦଣ୍ଡାୟମାନ
• ତପରତ ମୁନି,ଋଷି,ଯୋଗୀ ଚିତ୍ର ଛିନ୍ନ ଭିନ୍ନ ଜରାଜୀର୍ଣ୍ଣ ।।
•
• ନୃତ୍ୟରତା ଅପସରୀ ସୁନ୍ଦରୀ ହାସ୍ୟ ଲାସ୍ୟମୟୀ ଲଳନା
• ମଗ୍ନ କେଉଁ ନାରୀ ଶୃଙ୍ଗାରେ ତାର ପଥର ଦେହରେ ଅନା ।।
• କେତେ ଦେବାଦେବୀ ଗଦ୍ଧର୍ବ,ରାକ୍ଷସ କେତେ ପୂରାଣ କାହାଣୀ
• ପଥର ଦେହରେ ଆଙ୍କି ଦେଇଥିଲା ଓଡ଼ିଆ ଜାତି ବିନ୍ଧାଣି ।।
•
• ପଶୁ,ପକ୍ଷୀ,ନର,ନାରୀ,ଦେବାଦେବୀ ଯକ୍ଷ ଗନ୍ଧର୍ବ ଅପସରା
• ରାକ୍ଷସ,ରାକ୍ଷାସୀ,ବୃକ୍ଷ,ଲତା, ଫୁଲ,ଫଳ ଭରା ଚାରୁକଳା ।।
• ସରିସୃପ ପୁଣି ଆକାଶ,ପାତାଳ ଧରଣୀ ରାଣୀ ର ଚିତ୍ର
• ନଦ,ନଦୀ,ହ୍ରଦ ସଙ୍ଗେ ଲୋକକଥା ପଥର ଦେହରେ ଦେଖ ।।
•
• ଉପଳ ଦେହରେ ବିପୁଳ ପ୍ରକାରେ ଜୀବନ୍ତ ଏ କୁଟିକମ
• ଦେଖିବାକୁ ଏହି କୋଣାରକ ଦେଖ ହୋଇଥିଲା ବିଦ୍ୟମାନ ।।
• ଭାଙ୍ଗିଗଲେ ବି ତ ଅବଶେଷେ ତାର ଥିଲା ଯେଉଁ କୁଟିକମ
• ସିଏ ଘୋସୁଥିଲା ବାରଷ ବଢେଇ ଧର୍ମପଦ ର ନାମ ।।
•
• ଅଭିନବ ଏହି ମନ୍ଦିର ଗାତ୍ରରେ ସାଧା ପଥରକୁ ଆଣି
• ଖଞ୍ଜିଦେଉଅଛି କିଏ ଦେଖ,ଆଗ କାରୁକାର୍ଯ୍ୟ ଆଉ ନାହିଁ ।।
• ତଥାପି କୋଣାର୍କ କଥା କହେ,, କହେ ଶୁଣରେ ଓଡ଼ିଆ ପୁଅ
• ବଞ୍ଚାଅ ଏହି ଜାତୀୟ ଐତିହ ଭାଙ୍ଗି ନ୍ୟସ୍ତ ସ୍ଵାର୍ଥ ମୋହ ।।
