STORYMIRROR

Manaswini Dash

Others

3  

Manaswini Dash

Others

ଭଗବାନ

ଭଗବାନ

1 min
232

ଅତ୍ର, ତତ୍ର ଆଉ ସର୍ବତ୍ର ଖୋଜି ସାରିଲିଣି ତୁମକୁ 

କାଇଁ କଉଠି ଦୃଶ୍ୟମାନ ନୁହଁ ତୁମେ 

କଣ ମୋ ଖୋଜିବାର ପରୀକ୍ଷା ନେଉଛ ତୁମେ ? 

ଏକ ପ୍ରମତ୍ତ ପରି ଅନ୍ୱେଷଣ କରୁଛି ସବୁ ଦେବାଳୟ, ଗଳି ଆଉ ରାସ୍ତାରେ 

ମାତ୍ର; ତଥାପି ତୁମେ ଅଦୃଶ୍ୟ ଏବଂ ନିରୁତ୍ତର ଏକ ସତ୍ତା 

ପ୍ରଶ୍ନ ପଚାରି ପଚାରି ନୟାନ୍ତ ପାଲଟିଯାଇଛି ତୁମ ଚରଣ ତଳେ 

ଆଖିରୁ ଲୁହ ଝରାଇ ଝରାଇ ସ୍ଥାଣୁ ପାଲଟିଛି ତୁମ ଖୋଲାଥିବା ଚକ୍ଷୁକୁ ଦେଖି 

ଆଉ ନିରବ ନିଥର ପ୍ରସ୍ତର ମୂର୍ତ୍ତିଟିଏ ପାଲଟିଯିବାକୁ ଯାଉଛି ତମ ନିରବତାକୁ ଉନ୍ମୋଚନ କରି କରି 

ହେ ଭଗବାନ !

ଜାଣେ ମତେ ତୁମେ ଦର୍ଶନ ଦବନି 

କି ମୋ ପ୍ରଶ୍ନର ଉତ୍ତର ବି ମୁଁ ପାଇବିନି 

ହେଲେ ତ୍ରାହି ଦିଅ ଏ ସଂସାର ତାଡନାରୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍