STORYMIRROR

Niranjan Sahu

Others

2  

Niranjan Sahu

Others

ଭଗବାନ ଆଜି ବି ପ୍ରଶ୍ନଟିଏ

ଭଗବାନ ଆଜି ବି ପ୍ରଶ୍ନଟିଏ

1 min
13.6K


କା ପାଇଁ ଖାଦ୍ୟ ପକାଡ଼ଳା...ତ

କା ପାଇଁ ଚକାଡୋଳା,     

ଜାଣି ହେଉନାହିଁ ଆହେ ଜଗନ୍ନାଥ

ଲଗାଇଛ କେଉଁ ଲୀଳା,

କାହାକୁ ପ୍ରଭୁ ଦୟା କରୁଛ

କାହାକୁ ନିର୍ଦ୍ଦୟ କରୁଛ,

କାହାପାଇଁ ସବୁ ଥୋଇଛ ପ୍ରଭୁ

କାହାପାଇଁ ସ୍ଵପ୍ନ କରିଛ,

କାହାକୁ ଏମିତି ଦେଇଛ ପ୍ରଭୁ

ଯେତେ ଖାଇଲେ ସରେନି,

କାହାପାଇଁ କିଛି ରଖିନାହଁ ପ୍ରଭୁ

ଖାଇବାକୁ ଜମା ମିଳେନି

ସବୁ ମଣିଷକୁ ତୁମେ କରିଅଛ

ପାତର ଅନ୍ତର କାହିଁକି,?

ଜନମ ଦେଇ ପାର୍ଥକ୍ୟ କରିବା

ଏହା ଅନ୍ୟାୟ ନୁହେଁ କି?

ଧନୀ ଟାଉଟରି,କଲାବଜାରୀଙ୍କ

ପାଖରେ ରହିଛ

ମୁହିଁ ଅନୁଭବ କରିଛି,

ଫୁଟପାଥ ଭିକାରୀଙ୍କ ମଧ୍ୟେ

ଖୋଜି ଖୋଜି ନପାଇଛି,,

ଦୀନଜନ ବନ୍ଧୁ ନାମ ଶୁଣିଅଛି

ହେଲେ ଜମାରୁ ବିଶ୍ଵାସ ହେଉନି,

ଯେତେ ବୁଝିବାକୁ ଚେଷ୍ଟା କଲେ ପ୍ରଭୁ

ଜମାରୁ ବୁଝି ପାରୁନି,,

ଚିନ୍ତା କରୁଛି, ଭାବନା କରୁଛି,,ତୁମକୁ

ବୁଝିବାକୁ ଚେଷ୍ଟା କରୁଛି,

ତୁମରି ସ୍ଥିତି,ତୁମରି ଲୀଳା,ମୋ ମନରେ

ଆଜି ବି ପ୍ରଶ୍ନବାଚୀ ହୋଇ ରହିଛି,,,,,,,,


Rate this content
Log in