Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

ବିଶ୍ଵଜିତ ସାହୁ

Others

4.0  

ବିଶ୍ଵଜିତ ସାହୁ

Others

ଭଦ୍ରମୁଖା

ଭଦ୍ରମୁଖା

1 min
426


ନାହିଁ ତ ବିଶ୍ୱାସ ନାହିଁ ତ ଭରସା,

କଳିଯୁଗ ଉପନୀତ l

ଚାଲିଛି ଏଠାରେ ପାପର ରାଜୁତି,

ବାଟବଣା ଏଠି 'ସତ' ll

ବିଶ୍ୱାସ କାହାକୁ କରିବରେ ଭାଇ,

ଏକକୁ ଆରେକ ଠକ l

ବସି ରହିଛନ୍ତି ଶିକାରକୁ ଜଗି,

ସନ୍ୟାସୀ ବେଶରେ ବକ ll

ଅଣ୍ଟି ଛୁରୀ ଯେବେ କାଟିଦିଏ ତଣ୍ଟି,

ଚେତା ପଶେ ସେହି ଦିନେ l

ଧନ ଲାଳସାରେ ଭୋଗବିଳାସରେ,

ମାନବତାବାଦୀ ନାହିଁ ମନେ ll

ଅତି ପ୍ରିୟ ଯିଏ ଦିନେ ଧୋକା ଦିଏ,

ବିଶ୍ୱାସରେ ଦିଏ ବିଷ l

କଣା କରେ ଥାଳି ଯେଉଁଁଥିରେ ଖାଏ,

ଧରି ବହୁରୂପୀ ବେଶ ll

ବେଳ ଥାଉ ଥାଉ ବିପଦ ପୂର୍ବରୁ,

ସାବଧାନ ହୋଇ ରୁହ l

ଭଦ୍ରମୁଖା ତଳେ ଲୁଚି ବୁଲୁଛନ୍ତି,

ସ୍ଵାର୍ଥପର ଶହ ଶହ ll


Rate this content
Log in