STORYMIRROR

Renuka Samal

Others

3  

Renuka Samal

Others

ଭଦ୍ରମୁଖା

ଭଦ୍ରମୁଖା

1 min
217

ଦୁନିଆରେ ସମସ୍ତେ ଭଦ୍ର

ମଦ ବାରରେ ଜୁଆ ଆଡାରେ 

ଯେଉଁଠି ଦେଖ 

କେବଳ ଭଦ୍ର ଲୋକଙ୍କ ହିଁ ଭିଡ଼

ଅଫିସରେ ଲାଞ୍ଚୁଆ ଅଫିସର ବି ଭଦ୍ର।

ଦପ୍ତରରେ ଦପ୍ତରୀର ଲମ୍ବା ହାତ

ପାଇଲି ମୁଭ ପାଇଁ।

କିରଣୀ ବି କୋଉ କମ୍

ଓକିଲ ମହକିଲ ସବୁ ଭଦ୍ର

ଜାଣି ମଧ୍ୟ କାଳକୁ ଧଳା କରାଯାଏ।

ନେତା ଭଦ୍ର ଦାତା ବି ଭଦ୍ର

କାରଣ ଦେବା ପଛରେ ନେବାର ଯୋଜନା

ମିଲର ମାନଙ୍କ ଠକେଇ 

ଡିଲରଙ୍କ କଳାବଜାରି।

ଠିକାଦାରଙ୍କ ଠକାମି,

ଜମିଦାରଙ୍କ ହାକିମି।

କ୍ରେତା କମ୍ ରେ କ୍ରୟ ପାଇଁ ଛଳନା

ବିକ୍ରେତା ଅଧିକରେ ବିକିବା ବାହାନା

ଛାତ୍ର ନକଲରେ ବ୍ୟସ୍ତ

ଶିକ୍ଷକ ଅକଲରେ।

ଆଉ ବା ବାକି କିଏ ରହିଲେ,

ଯିଏ ରହିଲେ,

ସ୍ୱାର୍ଥ ପାଇଁ ସବୁ ମୁଖା ପିନ୍ଧିଲେ।

ଏମାନଙ୍କ ମୁଖା ଖୋଲିବ ଯିଏ,

ରୋଷର ଶୀକାର ହୋଇବ ସିଏ।

ତେଣୁ ବା ବା ଚୂପ୍ ରୁହ

ଦେଖ ଶୁଣ କିଛି ନ କହ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍