ଭଦ୍ରମୁଖା
ଭଦ୍ରମୁଖା


*ଭଦ୍ରମୁଖା*
ଯୌବନ ଚରିତ୍ରେ ଲଗାଏତ ଅଗ୍ନି
ନିଶାସକ୍ତର ଅଫିସର
ସଂସାର ବୋଝ ମୁଣ୍ଡାଇଛି ଅବଳା
ଭଦ୍ରମୁଖା ଅତ୍ୟାଚାର ।
ରାଜପଥ ହେଉ ବା ବଜାର ଘାଟ
ଲୁଟେରାଙ୍କ ଅତ୍ୟାଚାର
ରାସ୍ତା ମଝିରେ ଦୁର୍ଘଟଣା ଘଟାଏ
ଭଦ୍ର ଯୁବ କୁଳାଙ୍ଗାର ।
କାୟା ବିସ୍ତାରରିଛି ଭଦ୍ରମୁଖାଙ୍କର
ଅପକର୍ମ କୀର୍ତ୍ତି ମାନ
ବିଶ୍ୱାସ ପଛରେ ଭରିଅଛି ସ୍ୱାର୍ଥ
ସମ୍ପର୍କ ବଳୟ ଶୂନ୍ୟ ।
ସବୁଠୁ ପବିତ୍ର ସଂସାରର ସୁଖ
ହସ କାନ୍ଦ ଅଭିମାନ
ଅଣ୍ଟି ଛୁରୀ ଯେବେ ତଣ୍ଟିକୁ କାଟଇ
ଭଦ୍ରମୁଖା ସଇତାନ ।
ଜୀବନର ମାନଦଣ୍ଡ ଭାରି ଜଟିଳ
ପରଶ୍ରୀ କାତର ଭରି
ଯନ୍ତ୍ରଣା ଜର୍ଜରିତ ପରଧି ମଧ୍ୟରେ
ଛଳନା ମୁଖାରେ ରହି ।
ନିରିହାଟି ନୀରବେ ଅଶ୍ରୁ ନିଗାଡେ
କଳଙ୍କିତ ଜନ ପାଇଁ
ଭଦ୍ରମୁଖା କାମାନ୍ଧ ସେ କାମୁକ
ବିଶ୍ୱାସରେ ବିଷ ଦେଇ ।
ମଣିଷ ବୋଲାଉ ଥିବା ନର ରାକ୍ଷସ
କଳାଧନେ ଗଳାକାଟି
ବିବେକ ଶୂନ୍ୟ ହୋଇଛି ସମାଜ
ଭଦ୍ରମୁଖାଙ୍କ ଦୁର୍ନୀତି ।