ଭଦ୍ରମୁଖା
ଭଦ୍ରମୁଖା
1 min
123
ରକ୍ଷକ ଏଇଠି ଭକ୍ଷକ ସାଜିଛି
ପିନ୍ଧି ଆଜି ଭଦ୍ରମୁଖା
ଅନ୍ୟାୟ ଅନୀତି ଦୁର୍ନିତୀକୁ ଏଠି
ହୁଏ ସବୁ ଅଣଦେଖା
ଭଦ୍ରମୁଖା ପିନ୍ଧା ରାକ୍ଷସକୁ ବନ୍ଧୁ
ଚିହ୍ନିବାଟା ଭାରି କଷ୍ଟ
ମିଛ ପ୍ରତିଶ୍ରୁତି ଦେଇ ଯେ ଆମକୁ
ଜୀବନ କରନ୍ତି ନଷ୍ଟ
ମିଛରେ ମିଛରେ ଲୁହ ଗଡାଇବେ
ସତେ ଯେହ୍ନେ ଆପଣାର
ତାଙ୍କରି ମାୟାରେ ପଡିଗଲେ ଥରେ
ଜୀବନଟା ନାରଖାର
