STORYMIRROR

Yudhisthir Khamari

Others

3  

Yudhisthir Khamari

Others

ଭଦ୍ର ମୁଖା

ଭଦ୍ର ମୁଖା

1 min
246

ମଣିଷର ଚରିତ୍ର ଚିତ୍ରଣ ହୁଏ

ତା'ର କାର୍ଯ୍ୟ ଶୈଳୀ ଓ ଆଚାରରୁ

କଥା କଥିତ ଭଦ୍ର ବୋଲାଯାଉଥିବା

ସମାଜରେ ବଡଲୋକି ବୋଲାଯାଉଥିବା ମଣିଷ

ପିଉଥାଏ ବୁଡି ବୁଡି ପାଣି

ଏକାନ୍ତରେ କରିବସେ ପାପ କର୍ମ

ପଛଘୁଞ୍ଚା ଦିଏ ନାହିଁ ଚୋରି ଡକାୟତି

ଦୁଷ୍କର୍ମ,ପରଧନ ଲୁଣ୍ଠନକୁ

ଯଦି ପରଦା ଫାଶ୍ ହୁଏ

ଚାପିଦିଏ ନଥି ପତ୍ର ତଳେ

ଦେଇ ମୋଟା ଅଙ୍କ ଅର୍ଥ

ସମାଜରେ ଡେଙ୍ଗୁରା ପିଟେ ବଡଲୋକିର

ହେଲେ ସତେ କି ସେ ଠକିପାରେ ନିଜକୁ

କିବା କ୍ଷମି ପାରେ ଦୁଷ୍କର୍ମ ପାଇଁ

ତାର ଭଦ୍ରମୁଖା ଓ ବେଇମାନିକୁ

ସେ ନିଜେ ପରଖେ

ଧର୍ମ ନିକିତିରେ ତଉଲୁଥାଏ ନିଜକୁ

ହେଲେ ଠକି ପାରେନି ବିବେକକୁ

ଆସ୍ତେ ଉତୁରି ଯାଉଥାଏ ତାର ଭଦ୍ରମୁଖା

ଭାବୁଥାଏ ନିସ୍ତରିବ କିପରି

ତା ପାପ ଭାରା ଠାରୁ



Rate this content
Log in