ଭଦ୍ର ମୁଖା ପିନ୍ଧା ଲୋକ
ଭଦ୍ର ମୁଖା ପିନ୍ଧା ଲୋକ
ଜଣା ନ ଥିଲା ସତରେ
ଏମିତି ବି କିଛି ଘଟିଯିବ
ଆଖି ପିଛୁଳାକେ ମଣିଷ
ନିଜ ଚେହେରା ବଦଳିବ ,
ନିଜ ଯୋଜନାକୁ ରୂପ ଦେବା ପାଇଁ
ମନର ନିକୁଞ୍ଜ ବନରେ
ସେ ପିନ୍ଧିଦେବ ଭଦ୍ର ମୁଖାଟିଏ
ତମ ଆଗେ ଅଭୟ ମୁଦ୍ରାରେ ।
ହଁ ଏଥିରେ ଆଶ୍ଚର୍ଯ୍ୟ ହେବାର
କ'ଣ ଆଉ ଅଛି,
ଦୁଇ ପଇସା ଲୋଭରେ ଜନ୍ମ କଲା ବାପ ଯେଉଁଠି
ଝିଅ କୁ ବିକ୍ରି କରି ପାରୁଛି ......!
ସେଇଥିପାଇଁ ତ
କାଦୁଆ ଫିଙ୍ଗା ଫିଙ୍ଗିରେ ଲାଭ ନାହିଁ
ନିଜକୁ ହିଁ ସତ
ର୍କ ହେବାକୁ ହେବ
ଆଖ ପାଖର ପରିସ୍ଥିତି କୁ ଚାହିଁ ,
ନଚେତ୍ ନୈତିକ ମୂଲ୍ୟବୋଧର
ଅବକ୍ଷୟ ଦେଖୁ ଦେଖୁ
ଠକାମିର ଶିକାର ହବା ପାଇଁ ପଡ଼ିପାରେ
ଏ ସତରଙ୍ଗି ଦୁନିଆରେ ତମକୁ ।
ଏମିତି ବି ଏଠି ବୁଝିଲା ବେଳକୁ
ନାଲିଫିତା ର ରହସ୍ୟ
ଭଲ କରି ଏ ଜୀବନରେ,
ମୁଖା ପିନ୍ଧା ଲୋକଟି ଚାଲିଯାଇ ଥାଏ
ଆମ ଖିଆଲି ଦୁନିଆଠୁ
କାହିଁ କେତେ ଦୂରେ ....... ।