ଭଡା଼ଘର
ଭଡା଼ଘର
ଭଡା଼ଘର ଭଲ
ଯଦି ରୋଜଗାର ଅଛି
ଏଠି ସବୁ କରି ହୁଏ
କାମନା,ବାସନା ଧର୍ମ ଅବା ରାଜନୀତି।
ଏ ଭଡା଼ଘର ତ
ଦୋକାନ,ଅଫିସ ଅବା ରହିବା
ସବୁ ହିଁ'ର ଗନ୍ତାଘର
ଯେମିତି ଅମରାବତୀ।
ଦେଖୁନ !
ଆଜି ସହରେ ବଜାରେ
ଦେହ ବ୍ଯବସାୟ ପୂରା ଖୁଲମ ଖୋଲା
ସଭିଏଁ ଜାଣି ବି ଅଜଣା
ସଭିଙ୍କର ହାତ ଥାଏ ବୋଧେ
ଚଲାଇବା ପାଇଁ।
ସତରେ !
ଅର୍ଥ ପାଇଁ ସବୁ ହୋଇପାରେ
ସଂସାରର ଯେତେ ସବୁ ନାଟ
ଗୋଟେ ରଙ୍ଗ ଆଉ ରସ
ଧନୀଙ୍କର ଆଖଡା଼
ପ୍ରେମ,ଧର୍ମ ଆଉ କର୍ମ।
ଆସନ୍ତୁ ତ
ଭଡା଼ଘରକୁ ଭଲକି ସଜେଇବା
ଯେମିତି ସ୍ବର୍ଗର ନନ୍ଦନକାନନ
ମର୍ତ୍ତ୍ଯର ତାଜମହଲ ଅବା କୋଣାର୍କ ପରି।
ଆଜ୍ଞା !
ଦେଖିନାହିଁ ଯଦି ଥରେ ଦେଖିନିଅନ୍ତୁ
ରହିନାହିଁ ଯଦି ଥରେ ରହିଯାଆନ୍ତୁ
ମନ ଆଉ ହୃଦୟ ନାଚି ଉଠିବ
ବିଲକୁଲ ଏ ଭଡାଘରେ
ଯେଉଁଠି ପୃଥିବୀର ସବୁଯାକ ଦୃଶ୍ଯ ଝଲମଲ।
