STORYMIRROR

Brundabana Pradhan

Others

3  

Brundabana Pradhan

Others

ଭଡାଘର

ଭଡାଘର

1 min
212


କେତେ ପାଣି ବ୍ୟବହାର କରାଯିବ 

କେତେ ବିଜୁଳି ଖର୍ଚ୍ଚ ହେବ

ମାସ ଶେଷରେ ହିସାବ ହୁଏ ତାର

ନାଆଁଟି ମୋର ଭଡାଘର। 


ପ୍ରତି ବର୍ଷ ମାସରେ ମୋର 

ବଦଳେ କଳେବର 

କେତେ ଯେ ଗ୍ରାହକ ଆସନ୍ତି ଥରକୁ ଥର 

ନାଆଁଟି ମୋ ଭଡାଘର। 


କାହାକୁ ମୁଁ କରିପାରେନି ନିଜର 

ନାଁ ହୋଇପାରେ ଗ୍ରାହାକର 

ଅତି ଆପଣାର ମୁଁ ମାଲିକର 

ନାଆଁଟି ମୋର ଭଡାଘର। 


ଭାବେ ମୁଁ ମାଲିକ ମୋ ନିଜର 

ଟେକିଦିଏ ପରହସ୍ତେ 

ମତେ ତ ଥରକୁ ଥର 

ନାଆଁଟି ମୋର ଭଡାଘର। 


ବେଳେବେଳେ କେତେ ଯେ 

ଅଭୂଲା ସ୍ମୃତି ତକ ଛାଡିଯାଏ 

ଗ୍ରାହକ ପ୍ରିୟବର 

ନାଆଁଟି ମୋର ଭଡାଘର। 


ପ୍ରତିଟି ମୂହୁର୍ତ୍ତେ ଝୁରେ 

ମୁଁ ତାହାକୁ 

କରିପାରେନି ନିଜର 

ନାଆଁଟି ମୋର ଭଡାଘର। 


ଅତି ଆପଣା ମାଲିକ ମୋର 

ରଖୁଥାଏ ମୋର ନଜର 

ବାଟ ଦେଖୁଥାଏ ନୂଆଁ ଗ୍ରାହାକର 

ନାଆଁଟି ମୋର ଭଡାଘର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍