STORYMIRROR

Suresh chandra Padhy

Others

3  

Suresh chandra Padhy

Others

ଭଡା ଘର

ଭଡା ଘର

1 min
130

ରେ ବାଇ ମନ କାହିଁ ହେଉ ମାୟାରେ ଲୀନ

ଯାହାକୁ ସତ ଭାବୁ ଅଛୁ ସେତ ମିଛ ସ୍ୱପ୍ନ

ପାଇଅଛୁ ତୁରେ ଏକ ଭଡା ଘର

ମା ଗର୍ଭରେ ଗାଢ଼ି ଛନ୍ତି ଈଶ୍ୱର

ପଞ୍ଚଭୂତରେ ଗଢ଼ା ତୋର ଭଡା ଘର

ଯାହାର ନାମ ହୋଇଛି ଶରୀର

ନିଜ ଘର କଥା ଭୁଲି ତୁ ଯାଇଛୁ

ବାଟବଣା ହୋଇ କେତେ ଭଡା ଘରେ ତୁ ରହିଛୁ

ତୋହର ସ୍ୱରୂପ ଅଟେ ନିର୍ଗୁଣ ନିରକାର

ଆତ୍ମା ହୋଇ ରହିଛୁ ତୋର ଭଡା ଘର

ତୋ ଭଡା ଘର ନୁହେଁ ସବୁ ଦିନର

ଦିନେ ଛାଡି ଚାଲି ଯିବୁ ତୋର ଭଡା ଘର

ପରମ ଧାମ ଅଟେ ତୋର ନିଜ ଘର

ହରି ନାମ ମୁକ୍ତି ପଥ ଯିବାକୁ ତୋ ଘର

ତୋ ଭଡା ଘର ଦିନେ ବିନାଶ ହୋଇବ

ବେଳ ଥାଉ ମୋହ ଛାଡ ଜ୍ଞାନ ତୋ ହୋଇବ

ଈଶ୍ୱର ତୋତେ ଭଡା ଘର ଦେଲେ

ପରମାତ୍ମା ଆତ୍ମାକୁ ସୃଷ୍ଟି କରିଥିଲେ

ଭଡା ଘରେ ଆତ୍ମା ହୋଇ ତୁହି ପଶିଥିଲୁ

ମିଛ ମାୟାକୁ ତୁ ନିଜର ଭାବିଲୁ

ଅତିଥି ହୋଇ ଆସି ଅଛୁ ମହୀରେ

ନିଜ ଅଭିନୟ ସାରି ଚାଲି ଯିବୁ ତୁହି ରେ

ଭଡା ଘର ପ୍ରତି ଆସକ୍ତି ନ ରଖିବୁ

ତୁରେ ଅମୃତ ସନ୍ତାନ ଈଶ୍ୱରଙ୍କ ଜାଣିବୁ

ଆସି ଅଛୁ ଏକା ଯିବୁ ଏକା ହୋଇରେ

ଭଡା ଘର ପ୍ରତି ମୋହ ରଖୁ କାହିଁ ପାଇଁରେ

ପରମାତ୍ମା ଙ୍କ ଠାରେ ଧ୍ୟାନ ରଖି ଥିବୁ

ଭଡା ଘର ଛାଡି ଦିନେ ପରମ ଧାମ କୁ ଯିବୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍