ଭଦ୍ଭାବନ
ଭଦ୍ଭାବନ
1 min
11.8K
ରଙ୍ଗ ଛଣା ଯନ୍ତ୍ର ଅତି ମନୋହର
ଦେଖିବାକୁ ଭଲ ଲାଗେ,
ବିିଜ୍ଞାନାଗାରରେ ଅବା ଘରେ ଘରେ
ବ୍ୟବହୃତ ସୂୂତ୍ର ଯୋଗେ।।
ଦୁୁୁଇ ଅଂଶ ମିଶି ଏ ଯନ୍ତ୍ର ଗଢ଼ନ୍ତିି
ଏକ ଅନ୍ୟର ଅନୁରୂପ,
ତଥାପି ଦୁହିଁଙ୍କ ସମ୍ପର୍କର ମେଳ
ଯହିଁ ଅଗ୍ରଭାଗ ଥାଏ ଭିନ୍ନ ସ୍ୱରୂପ।।
ଉର୍ଧ୍ଵ ଅଂଶ ରଙ୍ଗ ଅଧେ ଖସୁଥାଏ
ଅବଶିଷ୍ଟ ଅଂଶ ସ୍ତୁପାକୃତି ବହେ,
ସରଳ ଯନ୍ତ୍ରଟି ଆମ ଦରକାରୀ
ଆବଶ୍ୟକ ବେଳେ ସହାୟ ହୁଏ।।
ବିିଜ୍ଞାନ ବିିିଷୟେ ଆଗ୍ରହ ଯା'ର
ଏହି ଯନ୍ତ୍ର ଅଟେ ତାହା ଗୋଚର।।
କର ବ୍ୟବହାର ଅତି ଯତନରେ
ତୁୁୁମ ଦରକାରୀ ହେବ ଜୀବନରେ।।
