STORYMIRROR

Kalish Chandra Parhi

Others

2  

Kalish Chandra Parhi

Others

ଭାଉଜ

ଭାଉଜ

1 min
13.9K


ସପୁରୀ- ଆମ୍ବ ଓ ପଣସ -ପରି

ଭାରିମିଠା- ନାଁ -ଟିଏ

ଭାଉଜ !

ସତେକିବା ବାଡ-ଘେରାକିଆରୀରେ

ତମେଏକ-

ପାଚିଲା -ତର୍ଭୁଜ ।।

ତମରତ-ସବୁ-ମିଠା

ନାଁ -ମିଠା

କଥା-ମିଠା

ମିଠା-ତୁମ-ଦେହରସୁବାସ

ମିଠା-ମିଠା-ଲାଗେତୁମ

ଚମ୍ପକ -ଅଂଗୁଳି ସମ

କୁନିକୁନିହାତରପରଶ।

ଭାଉଜ!

ତୁମେଏକ- ପୁଷ୍ପିତ -କମଳ

ତୁମର-ି ସୁରଭିଖେଳେ

ପବନରେ- ଘୁରିଘୁରି

ମହକାଇ-

ଦିଗ- ଆଦିଗନ୍ତ।

ଭୋରର୍ ଆକାଶ -ପରି

ତୁମେଭାରି

ଉଦାର-ଗମ୍ଭୀର,

ଫୁଟନ୍ତା-ଗୋଲାପ-ପରି

ତୁମେଭାରି

ଶାନ୍ତ ଓ ସୁଧାର।

ତୁମକୁଦେଖିଲେ-ଜହ୍ନ

ଲୁଚିଯାଏ

ମେଘ ଉହାଡରେ,

ତୁମକେଶଦେଖିମେଘ

ହଜିଯାଏ

ଆକାଶଛାତିରେ।

ତୁମେକିନ୍ତୁ ହଜୁଥାଅ

ପ୍ରତିଟି ରାତିରେ

ଭାଇକଂଭିଜାଅନୁରାଗର

ଉଜାଣି ସୁଅରେ।

ତୁମରିଚାହାଣୀଁଚାହିଁ

ଏଣୀଯାଏବାଟବଣାହୋଇ,

ତୁମଧୀର ପଦପାତେ

ରାଜହଂସୀହଲକଶୁଖଇ

ତୁମେକିନ୍ତୁହସୁଥାଅ

ଚୁପିଚୁପି

ଗେହ୍ଲେଇଗେହ୍ଲଇ।

ହସରଫୁଆରାଟିଏ

ଗଜୁରିଲେତୁମ ଓଷ୍ଠଧାରେ

ବଗିଚାରେମଲ୍କୀଫୁଲଫୁଟେ,

ତୁମ ଆଖିଉପାନ୍ତରେ

କେବେଯଦିଲୁହଜାଗେ

ମେଘହୁଏଋତୁମତୀ

ପାଣିସବୁକରକାପାଲଟେ।

ଭାଉଜ!

କେମିତିପାରିବିଶୁଝି

ତୁମରିକରଜ,

ବୋଉତ ଯାଇଛି ଆଗୁଁ

ବାଟକାଟିଦେଇ

ତୁମସ୍ନେହ ସୋହାଗର

ଖାତକଟେ

ଯାଇଛିମୁଁହୋଇ।

ବୋଉର ଋଣତ କେବେ

ଜୀବନରେପାରିଲିନିଶୁଝି

ତୁମ ଋଣେଉବୁଟୁବୁ

କେମିତି ଶୁଝିବିତାହା

ଏବେସୁଦ୍ଧା

ପାରୁନାହିଁବୁଝି।।


********

କୈଳାସ ଚନ୍ଦ୍ର ପାଢୀ। କୁମାରପୁର।



Rate this content
Log in