STORYMIRROR

Chittaranjan Nanda

Others

4  

Chittaranjan Nanda

Others

ଭାଷା ଚାତୂରୀରେ ମିଥ୍ୟା

ଭାଷା ଚାତୂରୀରେ ମିଥ୍ୟା

1 min
486


ବୋଲାଉଛ ଧାର୍ମିକ, ସେବକ, ଚିନ୍ତା ସବୁବେଳେ 

କିପରି ଧନ ପ୍ରାପ୍ତ ହେବ 

ଦେଶ ଧନ ଅବା ପରଧନକୁ ଯେନ ତେନ ଉପାୟେ, 

ଲୁଟ୍ ପାଟ କରି ନେବ ।


ହେବ ଠିକାଦାର, ରାତା ରାତି କିପରି ନିଜର ଧନ 

ଭରିବ, କରିବ ଠିକା କାରବାର 

ସଭା, ସମିତିରେ, ଭାଷା ଚାତୂରୀରେ ଦେବ ଖାଲି

ମିଛ ପ୍ରତିଶ୍ରୁତି, ହୋଇ ଭାଷଣ ପ୍ରବର ।


କଥା ଚାତୂରୀରେ ଗାନ୍ଧୀ, ଶ୍ରୀରାମ ନାମ ଧରି 

ସ୍ଲୋଗାନ ହେବ ରାମ ରାଜ୍ୟ ସ୍ଥାପନ

ଦରଦାମ ବୃଦ୍ଧି କରି ନିରୀହ, ମୁରୁଖ, ଗରିବଂକୁ

ଦେବ ଅଶେଷ ଅଭାବ ଓ କଷଣ ।


ନିତି ନୂଆ ନୂଆ କାର୍ଯ୍ୟକ୍ରମ ଯୋଜନା କାଗଜରେ

କିନ୍ତୁ ତାହା ଅଟେ ଖାଲି ପ୍ରତାରଣା 

ଜୀବନ ଯାକ ଧୋକା ରାଜନୀତି, କୁମ୍ଭୀର କାନ୍ଦଣା, 

ଜନ ସାଧାରଣ ହେବେ ବାଟବଣା ।


ବୋଲାଇବୁ ଦେଶର ସେବକ, ଝରାଇ ଆଖିରୁ ଲୋତକ

ମନେ ମନେ ଭାବୁ ଦେଖୁ ନାହିଁ କେହି

ହୃଦୟ ଗରିବର କାନ୍ଦେ ନିରନ୍ତର, ସେ ନିଦ୍ରା ତେଜିଲେ,

ରେ ସେବକ ତୋ ପତ୍ତା ରହିବଟି କାହିଁ ?



Rate this content
Log in