STORYMIRROR

BISWESWAR MAJHI

Others

5.0  

BISWESWAR MAJHI

Others

ଭାଷା ଆମର ଦେବ ଭାଷା

ଭାଷା ଆମର ଦେବ ଭାଷା

1 min
421


ବେଦୋପନିଷଦ ବୈଜ୍ଞାନିକ ତଥ୍ୟ ଯହିଁ ହୋଇଛି ନିହିତ

ଦେବଭାଷା ସବୁ ଭାଷାର ଜନନୀ ଆଦିଭାଷା ଟି ସଂସ୍କୃତ ।

ଶୁଣି ଶୁଣି ମନେ ରଖୁଥିଲେ ବେଦ ଶୃତି ନାମ ତେଣୁ ବହି

ଯୋଗେଶ୍ୱର କୃଷ୍ଣ ଗୀତାର ବାଣୀକୁ ସଂସ୍କୃତ ଭାଷାରେ କହି ।

ଅତ୍ୟନ୍ତ ଜଟିଳ ଗଣିତର ସୁତ୍ର ଅବା ଆୟୁର୍ବେଦ ତତ୍ତ୍ୱ

ନାଟ୍ୟଶାସ୍ତ୍ରର ସୁକ୍ଷ୍ମ ସମ୍ବେଦନ ଅଥର୍ବ ବେଦେ ବର୍ଣ୍ଣିତ ।

ପଂଚତନ୍ତ୍ର ପରି ନୀତିଶିକ୍ଷା ପୁଣି ହିତୋପଦେଶ କଥା

ସୃଷ୍ଟି କରୁଥିଲା ସୁନାଗରିକ ସେ ଥିଲା ଭାରତର ଗାଥା ।

ଓଁକାର ଗାୟତ୍ରି ପାଠ ମାନବର କରେ ଯେଉଁ ଉପକାର

ବାୟୁ ମଣ୍ଡଳକୁ ଶୁଦ୍ଧ କରେ ଯେଣୁ ଶକ୍ତିମୟ ଧ୍ୱନି ତନ୍ତ୍ର ।

ପୂଜା ପାର୍ବଣରେ ଯାଗଯଜ୍ଞରେ ମନ୍ତ୍ରର ଉଚ୍ଚାରଣ

ସଂସ୍କୃତ ଆମର ଅସ୍ଥି ମଜ୍ଜାଗତ ପ୍ରତି ଲୋମକୂପେ ଜାଣ ।

ନବରତ୍ନ କାଳିଦାସ ଭବଭୁତି ମାଘ ବରାହମିହିର

ଶଙ୍କରାଚାର୍ଯ୍ୟ ଚରକ ଶୁଶୃତ ଗାର୍ଗୀ ମୈଥିଳୀ ଆବର ।

ଅପଭ୍ରଂଶ ଯୋଗୁଁ ସୃଷ୍ଟି ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷା

ତହିଁରୁ ହିନ୍ଦି ହୋଇଛି ସହଜେ ଭାରତର ରାଷ୍ଟ୍ରଭାଷା ।

ସମୟ ଚକ୍ରରେ ବ୍ୟବହାର ତା'ର ଅଚଳ ହେଲା ଭାରତେ

କଂମ୍ପ୍ଯୂଟର ଉପଯୋଗୀ ଶ୍ରେଷ୍ଠ ଭାଷା ସଂସ୍କୃତ ଆମ ମରତେ ।

ଚୌର ନିନ୍ଦେ ଚନ୍ଦ୍ର ଭୂମିକୁ ଅକର୍ମା ନୀତି ଶିକ୍ଷା ଅଛି ବାଣୀ

କିଏ ଅପାଠୁଆ କହେ ସଂସ୍କୃତକୁ ଅନାବଶ୍ୟକ ପୁଣି !!

ଅସୁର ବା କାହୁଁ ଦେବଭାଷା ଘେନି କରିବେ ବାରତାଳାପ

ଅମେଧ୍ୟ ଗ୍ରାସରେ ବାୟସ କରିବ କାହୁଁ କଳାପି କଳାପ !!

ସବୁ ରାଜ୍ୟ ଭାଷା ଭିନ୍ନ ଭିନ୍ନ ସିନା ସଂସ୍କୃତ ତା'ର ସଂଯୋଗ

ପଡୋଶୀ ଭାଷାରେ ନିଜ ଭାଷାଶବ୍ଦ ଖୋଜିଲେ ନିଶ୍ଚେ ମିଳିବ ।

ଜାଗରେ ଜାଗରେ ଭାରତୀୟ ଆଜି ମୂଳ ଭାଷା ସଂକଟରେ

ସଂସ୍କୃତ ହଜିଲେ ସଂଯୋଗ ଆମର ହଜିବ କାଳ ଗର୍ଭରେ ।

-ବିଶ୍ୱେଶ୍ଵର ମାଝୀ-


Rate this content
Log in