ଭାସ୍କର
ଭାସ୍କର
1 min
1.0K
ତୁମ ପାଇଁ ଏଠି ହୁଏ ଦିନ-ରାତି
ତୁମେ ସର୍ବ ଚରାଚ଼ର
ସଂସାର ହିତରେ ଯୋଡ଼ି ରହିଅଛ
ଧନ୍ଯ ତୁମେ ହେ ଭାସ୍କର ।
ନିତ୍ଯ ପୂଜିତ ହେ ଚିର ବନ୍ଦନୀୟ
ତୁମେ ପୁଣି ଅଂଶୁମାନ
ତୁମକୁ ପୂଜିଲେ ଦୂରେ ରୋଗବ୍ଯାଧି
ହୁଏ ମନସ୍କାମ ପୂର୍ଣ୍ଣ ।
ଶୌର୍ଯ୍ୟ ବଳେ ପ୍ରଭୁ ତୁମେ ଅଦ୍ବିତୀୟ
ନାମ ବହିଅଛ ସୂର୍ଯ୍ଯ
ତେଣୁ ଏ ସଂସାରେ ନିତ୍ୟ ପ୍ରଭାତରେ
ହୋଇଥାଅ ତୁମେ ପୂଜ୍ଯ ।
କି' ବର୍ଣ୍ଣିବି ପ୍ରଭୁ ତୁମ୍ଭରି ମହିମା
ଅଳପ ମୋହର ଜ୍ଞାନ
ଏତିକି ଗୁହାରି ବିପଦ ଆପଦେ
ସାହା ହୁଅ ଭଗବାନ ।
