STORYMIRROR

Debabrata Mishra

Others

3  

Debabrata Mishra

Others

ଭାରତର ପ୍ରାଣ

ଭାରତର ପ୍ରାଣ

1 min
231

ସେଇଠି ହିଁ ଅଛି ଜୀବନକୁ ପାଖରୁ ଦେଖିବାର ସୁଯୋଗ

ଅଛି ଜନ୍ମ-ମରଣର ସମ୍ପର୍କ ସମାଜ ସହ ସଭ୍ୟତା ସହ

ଆଉ ଅଛି ଧରିତ୍ରୀ ମା'ର ସେହି ସ୍ନେହପୂର୍ଣ୍ଣ ଘାସ ପଡ଼ିଆ

ତା' ସହ ପର୍ବପର୍ବାଣୀ ର ପବିତ୍ର ବାତାବରଣର ପରିବେଶ

ଭାରତ ଦେଶ ମୋର ଲୁହ ସହ ହସୁଛି ପାହାଡ-ନଈ ର ଧାରେ... (୧)


କାହିଁକି କେଜାଣି ଲାଗେ ସେଇଠି ଜହ୍ନଟିକେ ଅଧିକ ଉଜ୍ଜ୍ବଳ

ଆକାଶ ଯେମିତି ଅଧିକ ସଫାସଫା ଲାଗେ ସହର ଅପେକ୍ଷା

ଋତୁ ମାନଙ୍କର ଯିବା ଆସିବାର ଯେଉଁ ଉତ୍କଣ୍ଠିତ ଅନୁଭବ

ସୂର୍ଯ୍ୟ ଉଇଁବା ହେଉ ବା ଅସ୍ତିବା, ଆହା କି ମନୋରମ ଲାଗେ

ସତମିଛ ଲଢେଇ ରେ ବି ଚାଲିଛି ମୋ' ଦେଶ ଧୀରେଧୀରେ...... (୨)


ରଜ, ଦଶହରା ଆଦି ଅନେକ ରଙ୍ଗରେ ମାଟି ମା' ମୋର

ସଜେଇହୁଏ, ଢାଳି ଦିଏ ଅକୁଣ୍ଠିତ ଅନାବିଳ ସେନେହ ଶରଧା

ରକ୍ଷାବନ୍ଧନ, ପୁନେଇଁ, ଅମାବାସ୍ଯା ରେ ଦୁଃଖ ନୁହେଁ ବାଧା

ଶ୍ରୀକ୍ଷେତ୍ର ମଉଡ଼ମଣି ଓଡିଶା କୁ ଦିଏ ପ୍ରଗତୀର ଆଶୀଷ

ଉଦାହରଣ ଏ ଦେଶ ମୋର ଚାଲେ ଧର୍ମନିରପେକ୍ଷତାରେ........ (୩)


ସେ ଆମ୍ବ ବଉଳର ବାସ୍ନା, ସେ ତାରାମେଳେ ଜହ୍ନ ଜ୍ୟୋସ୍ନା

ପିଲାବେଳର ସୁନାଦିନ ଗୁଡ଼ିକ ନଷ୍ଟ ହୋଇନି ସ୍ମରଣ ଅଛି

ବୋହୁଚୋରୀ ଖେଳ ରେ ବାରବାର କଳିର ସେ କୋଳାସେଇଠ

ସେଇଠି ହିଁ ଅଛି ପ୍ରାଣ ଦେଶର ବର୍ତମାନ ଓ ଭବିଷ୍ୟତର

ଦେଖିବାରେ ଭୁଲ କରୁଛେ ଆମେମାନେ, ଆଖି ଆମ ସହରରେ..... (୪)



Rate this content
Log in