STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଭାରତୀୟ ସଂସ୍କୃତି

ଭାରତୀୟ ସଂସ୍କୃତି

1 min
147


ଭାରତ ସଂସ୍କୃତି ପ୍ରଚାର କରିବା

 କର୍ତ୍ତବ୍ୟ ରଖିବା ହୃଦେ 

ଯେଉଁ ଧରାଧାମେ କୃଷ୍ଣ ରାମ ଜନ୍ମ

 ସଂସ୍କୃତି ଗୁଞ୍ଜୁଛି ହୃଦେ।


ରାଷ୍ଟ୍ରର ସଂସ୍କୃତି ଜଗତ କଲ୍ୟାଣେ

 ପ୍ରଭୁଙ୍କ ବଚନ ଯହିଁ 

ଯୁଦ୍ଧ କ୍ଷେତ୍ରେ ଦେଲେ ଉପଦେଶ କୃଷ୍ଣେ

 ଗୁଞ୍ଜୁ ଅଛି ହୃଦେ ଯହିଁ।


ମାନବ କର୍ତ୍ତବ୍ୟ ପ୍ରଚାର କରିବା

 ପ୍ରଭୁ ରାମ କରିଥିଲେ 

କର୍ତ୍ତବ୍ୟେ ଭୂଷିତ ହୋଇଣ ଶ୍ରୀରାମ

 ଜନେ ଶିକ୍ଷା ଦେଇଥିଲେ।


ଗୃହର କର୍ତ୍ତବ୍ୟ କିପରି କରିବା

 ରହି ଗୃହେ କରିଥିଲେ 

ପିତୃମାତୃ ଭକ୍ତି କିପରିଟି ହେବ

 ଜନତାଙ୍କୁ ଶିକ୍ଷା ଦେଲେ।


ରାମରାଜ୍ୟ ତାଙ୍କ ଗୁଞ୍ଜେ ବିଶ୍ୱ ମଧ୍ୟେ

 ଜଗତ ଠାକୁର ସେହୁ 

ନିଃସ୍ୱାର୍ଥ ଭାବରେ ଜନତା ପାଳନେ

 କରିଥିଲେ ରାମ ଏହୁ।


ମନୁଷ୍ୟ ସଂସ୍କୃତି ଅଟେ ପରା ଭାଇ

 ମନ୍ତ୍ର ସମଭାବ ଯହିଁ 

ପୌରଣିକ କାଳୁ ଜନେ ଶିକ୍ଷା ଦିଏ

 ଭାରତ ସଂସ୍କୃତି ତହିଁ।


ପ୍ରଭୁ ଜଗନ୍ନାଥ ପୁରୀ ଧାମେ ପରା

 ନାହିଁ ପାଦ ହାତ ତାଙ୍କ 

ନୀଳଚକ୍ର ଉଡେ ମନ୍ଦିର ଉପରେ

 ଚକାନୟନଟି ତାଙ୍କ।


ଭାଇ ଓ ଭଉଣୀ ସଙ୍ଗରେ ଅଛନ୍ତି

 ଦେଖନ୍ତି ଚକାନୟନେ 

ମନୁଷ୍ୟ ତାକର୍ମ କିପରି କରୁଛି

 ଧ୍ୟାନ ରଖିଥାନ୍ତି ଜ୍ଞାନେ।

 

ଏହୁତ ସଂସ୍କୃତି ରାଷ୍ଟ୍ରର ସଂସ୍କୃତି

 କାଳିଆ ସଂସ୍କୃତି ଗୁଞ୍ଜେ 

ପ୍ରେମ ଭକ୍ତି ଶ୍ରଦ୍ଧା ସତ୍ୟ ତ୍ୟାଗ ଧର୍ମ

 ମନୁଷ୍ୟ ସଂସ୍କୃତି ଗୁଞ୍ଜେ।


ପବିତ୍ର ଭୂମି ଏ ଭାରତର ଭୂମି

 ସଂସ୍କୃତିଟି ସନାତନୀ 

ମାନବ କଲ୍ୟାଣେ ସୃଷ୍ଟିରେ ଭିଆଣ

 ଦିଏ ଶିକ୍ଷା ସନାତନୀ।


ଶାନ୍ତିର ସନ୍ଦେଶ ଜଗତକୁ ଦିଏ

 ବିଶ୍ୱ ଏକ ପରିବାର 

କରି ବାର୍ତ୍ତାଳାପ ସମସ୍ୟାର ଦୂର

 କାର୍ଯ୍ୟ କର ନିରନ୍ତର।


ଯୁଦ୍ଧର ତାଣ୍ଡବ ନହେଉ ବିଶ୍ବରେ

 ତହିଁ ଶାନ୍ତିବାର୍ତ୍ତା ହେଉ 

ମାନବ କଲ୍ୟାଣେ ବାର୍ତ୍ତାଳାପ କର

  ଯୁଦ୍ଧ ସମାପନ ହେଉ।



Rate this content
Log in