STORYMIRROR

Bijoy Jena

Others

4  

Bijoy Jena

Others

ଭାରତୀୟ ମାଟି

ଭାରତୀୟ ମାଟି

1 min
233


ବିଶ୍ଵ ଦରବାରେ   ପ୍ରତିଷ୍ଠା ଲଭିଛି

    ଆଧ୍ୟାତ୍ମିକ ଗୁରୁ ନାମେ

ଭାରତର ମାଟି   କାନନ ସକଳ

    ପୂତ ପବିତ୍ର ଧାମେ।

ଯେତେ ଭାରତୀୟ ସେତିକି ଦେବତା

   ବିଶ୍ଵ କଲ୍ୟାଣ ନିମନ୍ତେ

ନିଜ ନିଜ ଚେଷ୍ଟା  ଅବ୍ୟାହତ ରଖି

    କାଳ କାଟୁଛନ୍ତି ହିତେ।

ଭୂମି ଠାରୁ ଭୁମା   ସାଗର ତଟିନୀ

   ଯେତେ ରହିଛନ୍ତି ପୂରି

ସବୁଠି ଦେଖଇ  ଇଶ୍ଵର ମହିମା

   ଧରମ କରମ ଭାରି।

ବିଭିନ୍ନତା ମଧ୍ୟେ  ଏକତା ରହିଛି

    ମତ ଭିନ୍ନ ପଥ ଏକ

ଶାନ୍ତି ଅହିଂସାର  ପ୍ରତୀକ ସ୍ୱରୂପ

     ମାନରେ ରଖିଛି ଟେକ।

ମହାଭାରତୀୟ   ଚେତନାରେ ଅଛି

    ଏକ ବ୍ରହ୍ମ ପରମାତ୍ମା

ସମସ୍ତେ ଏଠାରେ  ଭଲରେ ରୁହନ୍ତୁ

    ଏକ ସ୍ଵର ଏକ ମାଆ

ମାଟି ନୁହେଁ ସେତ  ଭାରତ ଜନନୀ

     ସକଳ ଦେଶର ରାହା।

ରାମ ଓ ରହିମ   ଅବା ଜଗନ୍ନାଥ

    ଏ ଭାବ ଗଳାର ହାର

ହିମାଳୟ ଠାରୁ   କନ୍ୟା କୁମାରୀକା

    ବନ୍ଦୁ ଜନନୀ ପୟର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍