STORYMIRROR

Narayan chandra Senapati

Others

4  

Narayan chandra Senapati

Others

ଭାରତ ମାତାର ଟେକ ରଖିବା

ଭାରତ ମାତାର ଟେକ ରଖିବା

1 min
443


ଭିନ୍ନ ଜାତି ଧର୍ମ,ଭିନ୍ନ ବେଶ ଭୁଷା

ଭିନ୍ନରେ ଅଭିନ୍ନ ମୋ ପୁଣ୍ୟଦେଶ

ନାନା ରଙ୍ଗ ଫୁଲେ ନାନା ସୌରଭରେ

ମୋ ଜାତିର ମୁହଁରେ ଫୁଟାଏ ହସ।


କେ ଡାକେ ଶ୍ରୀରାମ,କେ ପୁଜେ ଯୀଶୁଙ୍କୁ

ବୁଦ୍ଧମ କହେ କିଏ କିଏ ବା ଆଲ୍ଲା

ଭକ୍ତି ଆରାଧନା ସବୁରି ମୂଳରେ

ସୂକ୍ଷ୍ମ ଜ୍ଞାନ ଥିଲେ ନାହିଁ ଝାମେଲା।


ଶୃଙ୍ଖଳା, ସଂସ୍କାର ତୀର୍ଥ ଭୂମି ଇଏ

ନୀତି ଆଦର୍ଶର ଗଙ୍ଗାକୁଳ

ସତଜ୍ଞନ ସତବୁଦ୍ଧିର ମନ୍ତ୍ରରେ

ସରାଗେ ଅରପେ ଅମାପ ବଳ ।


ସାମ୍ୟ ମୈତ୍ରୀ ଗୀତ ଶୁଣାଏ କାନରେ

ଆନନ୍ଦେ ଏକତା ପତାକା ଧରି

ସତ୍ୟର ଆଲୋକେ ନ୍ୟାୟକୁ ଚଳାଇ

କ୍ଷମା କାତେ ବାହେ ଜୀବନ ତରୀ।


ପିତା ମାତା ଗୁରୁ ଅତିଥି ଜ୍ୟେଷ୍ଠଙ୍କୁ

ବିଭୁ ଭାବି ଦିଏ ଶ୍ରେଷ୍ଠ ସମ୍ମାନ

ସଭିଙ୍କ ଆଶିଷ ତୋଳି ତା ହୃଦୟେ

କହେ ମୋ ଭାରତମାତା ମହାନ।


ମୁଠା ଶକ୍ତକରି,ହାତକୁ ମିଳାଇ

ବିଞ୍ଚେ ବୁଦ୍ଧି,ଶକ୍ତି ଅସୀମ ଜ୍ଞାନ

ଜ୍ଞାନ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ

ନିଜକୁ ଗଢ଼ିଛି ସେ ଗରିୟାନ।


ଅନେକ ଫୁଲର ମାଳଟିଏ ସାଜି

ମାଆ ର ବେକରେ ସାଜିବା ହାର

ସେନେହ ଶ୍ରଦ୍ଧା ଓ ପ୍ରୀତି ପରଶରେ

ସଭିଙ୍କୁ କରିବା ଆମ ନିଜର ।


ହେବାନାହିଁ ମାଛି ହେବା ମହୁମାଛି

ଘାଆରେ ନ ବସି ଫୁଲେ ବସିବା

ଦେଶ ଦଶ ପାଇଁ ଜୀଵଦାନ ଦେଇ

ଭାରତ ମାତାର ଟେକ ରଖିବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍