STORYMIRROR

Surjyakanta Dash

Others

3  

Surjyakanta Dash

Others

ଭାର୍ଗବିର ସ୍ରୋତରେ ତୁମ ପରଶ…

ଭାର୍ଗବିର ସ୍ରୋତରେ ତୁମ ପରଶ…

1 min
12.6K


ଭାର୍ଗବିର ସ୍ରୋତରେ
                ତୁମ ପରଶ…

ଚାରିଆଡେ ଶୀତର ଲହରୀ 
ସବୁବର୍ଷ ପରି କାର୍ତିକ ପୁର୍ଣମୀ 
କିଛି କିଛି ସ୍ମୃତି କିଛି ଅନୁଭୁତି 
ତୁମେ ଆଉ ତୁମ ହାତ ତିଆରି 
କଦଳୀ ପାଖୁଡାର  ଡଂଗା  ...
ଆଜି ତୁମେ ଭାରି ମନେ ପଡୁଛ 
ଉଠେଇବା  ବାହାନାରେ 
ମୋ ହୃଦୟର ଚୀର କନ୍ଦରରୁ 
ପୁଣି ସେହି ପୁରୁଣା କ୍ଷତକୁ ଉଖାରୁଛ 
ବାସ୍ତବରେ -ହେଲେବି 
ସ୍ବପ୍ନରେ ଭେଟୁଛ ...
ସାଥୀ ତୁମେ ଆଉ ତୁମ ଅପରୁପ 
ସୁନ୍ଦର ଆଉ ତାଠୁ ସୁନ୍ଦର 
ସୁନ୍ଦର ତୁମ ହାତର ସ୍ପର୍ଶ 
ଭାଂଗୀଯାଏ ନିଦ ...
ହାତ ଧରି ନେଇଯାଅ ତୁମେ 
ମୋ ବିଦଗ୍ଧ ଅନୁଭବ ତୁମ ପରଶରେ 
ଆମ ଗାଁ ନଦୀ ପଠା ଧାରେ 
ଭସେଇବା ପାଇଁ ଡଂଗା ବାହାନାରେ 
ତୁମେ ପୁଣ୍ୟ କର କି ନାହିଁ ଜାଣେନା 
ମୁଁ କିନ୍ତୁ ପୁଣ୍ୟ କରେ ଦେଖୀ ତୁମ 
ଅର୍ଧ ନଗ୍ନ ନାରୀର ପ୍ରତିମା ...
ନୁଆ ଜହ୍ନ ପରି ଝଟକୁଥାଅ ତୁମେ 
ମୋ ମନରେ ଆନ୍କୁଥାଅ ନୁଆ ଚିତ୍ରପଟ 
ତୁମ ଭାବଭଂଗୀ ଆଉ ଆଖିର ଇଂଗିତ 
ସାଇତି ରଖିଛି ତୁମ ଅଲକ୍ଷରେ 
ମୋ ସତ୍ତାକୁ କରି ଭାବମୟ
ଭାବରେ ମୁଁ ଭସଉଛି ତୁମ ପାଇଁ 
ଆଜିର  ଡଂଗାରେ ପାନ ଗୁଆ ଥୋଇ 
କାଳେ ତୁମ ପାଖେ ପହଂଚେଇ ଦେବ 
ତୁମ ଦେହ ଧୋଉଥିବା ଚିର ନଦୀ ସ୍ରୋତ 
ମୋ ପାଖେ ଆଜି ବୋହୁଥିବା 
ଭାର୍ଗବିର ସ୍ରୋତ ...

ଶ୍ରୀ ସୁର୍ଯ୍ୟକାନ୍ତ ଦାଶ୍, ସୁଆଣ୍ଡୋ, ପୁରୀ
ଇ ମେଲ୍ -surjyakantadash@gmail.com
           surjyakantadash@hotmail.com
ଦୁରଭାସ-9090227078


Rate this content
Log in