STORYMIRROR

Rabindra kumar Sahoo

Others

4  

Rabindra kumar Sahoo

Others

ଭାରାକ୍ରାନ୍ତ

ଭାରାକ୍ରାନ୍ତ

1 min
196

   ମନ ଆମ ଅଶାନ୍ତ

     ମନ ଓ ଶରୀର କ୍ଳାନ୍ତ

   ଜୀବନ ଓ ଜୀବିକା ପଥଭ୍ରଷ୍ଟ

    ସମାଜ ଓ ସାାମାଜିକ

         ବ୍ୟବସ୍ଥା ଦିଗଭ୍ରଷ୍ଟ

    ସଭିଏଁ ଆମେ

      ଅଶାନ୍ତ ପରିବେଶେ

     ମାନସିକ ଭାବେ ଭାରାକ୍ରାନ୍ତ ।

    ସବୁଠି ପ୍ରୟୋଗ ହୁଏ

     ହୀନ ବୁଦ୍ଧି ହୀନ ଚକ୍ରାନ୍ତ

    କୂଟ କପଟ ତଥା

      ମନ୍ଦ ବୁଦ୍ଧିରେ

    ମନୁଷ୍ୟ ଜାତିଟା ଏବେ

     ଲଭିଛି ପଶୁତ୍ଵ

    ପଶୁଠାରୁ ହୀନ ହୋଇ

     ପାଶବିକ ଅତ୍ୟାଚାରେ

      ଅହରହ ଲିପ୍ତ

    କେବେ ଉଦୟ ହେଉନି

      ଆମ ମଧ୍ୟେ ଦେବତ୍ଵ

    ନିଶାସକ୍ତ ବେଶ୍ୟାସକ୍ତ ହୋଇ

     ମଣିଷ ପଣିଆ ଓ

    ମାନବିକତାକୁ କରେ

      ଦିନୁଁ ଦିନ ଅସ୍ତମିତ

    ଏଣୁ ଏ ସଭ୍ୟ ମାନବର

    ଦାନବ ବୁଦ୍ଧି ପାଇଁ

     ଏ ମାନବ ଏବେ

    ମାନସିକ ଭାବେ ହୁଏ

       ଭାରାକ୍ରାନ୍ତ।

    କ୍ଷଣିକ ସୁଖ ଲଭିବା ପାଇଁ

   ସ୍ଵ ସ୍ଵାର୍ଥକୁ ଚରିତାର୍ଥ କରିବା ପାଇଁ

     ମାନବ ପାଲଟୁଛି ଆଜି ଦାନବ

     ଭୁଲିଯାଏ ମାନବିକତା

     ଭୁଲିଯାଏ ତା'ର

       ଦିବ୍ୟ ସ୍ଵଭାବ

     ରଚାଉଛି ସମଗ୍ର ଦୁନିଆଁର ଅହିତ

     ଶତ୍ରୁତା ଭାବ ପ୍ରଦର୍ଶିତ କରି

     ଭୁଲିଯାଏ ଜ୍ଞାନ ହିତାହିତ

     ଭୁଲୁଛି ସ୍ଵକୁଟୁମ୍ବ, ସ୍ଵଦେଶ

       ଶତ୍ରୁକୁ ମଣୁଛି ମିତ

     ମା'ର ପାଇଁ ତା ମନ ହୁଏ

       ଭାରାକ୍ରାନ୍ତ

        ସବୁବେଳେ ରଚୁଛି

     ମାନବ ଜଗତ ଓ

        ଜୀବଜଗତର ଅହିତ ।

     ସଭ୍ୟତା, ଶିକ୍ଷା,

        ପ୍ରଗତି ନାମେ

     ଆପଣାଏ ଦୁର୍ଗତିର ପଥ

      ପୁଞ୍ଜି,ଅର୍ଥ ଓ କ୍ଷମତାର

      ପଥ ଧାବନ କରେ

         ହୋଇ ଅବିଶ୍ରାନ୍ତ

      ଶରୀର, ମନ ଓ ଆତ୍ମା

      ସଦା ଅଶାନ୍ତ

    ଅବିଶ୍ବାସର ବାତାବରଣେ

      ସମଗ୍ର ବିଶ୍ଵ ଜଗତ

     ପରିବାର ପରିବାର ମଧ୍ୟେ

    ଅନୁଷ୍ଠାନ ଅନୁଷ୍ଠାନ ମଧ୍ୟେ

     ରାଜ୍ୟ ରାଜ୍ୟ ମଧ୍ୟେ

      ଚାଲେ କେବଳ

    ଅବିଶ୍ଵାସର ପ୍ରତିଯୋଗିତା

     ସଭିଏଁ ସଭିଙ୍କୁ

       କରନ୍ତି ପ୍ରତାରିତ

    ସମଗ୍ର ମାନବ ଜାତି ଏବେ

    ଅବିଶ୍ବାସର ବାତାବରଣେ

        ଭାରାକ୍ରାନ୍ତ ।

     ସବୁଠି ଚାଲେ

      ନାଟକ ପଥପ୍ରାନ୍ତ

     ମିଥ୍ୟା ପ୍ରହେଳିକାର

    ଅଭିନୟେ ସମଗ୍ର ବିଶ୍ଵ ଜଗତ

    ଭାଇ ଭାଇର ମୁଣ୍ଡ କାଟେ

      ପୂରଣ କରିବାକୁ ସ୍ଵ ସ୍ଵାର୍ଥ

     ସାରା ବିଶ୍ଵେ ଏକ ନମ୍ବର ସ୍ଥାନ

     ବିଶ୍ଵ ଗୁରୁ ମୁକୁଟ

        କରିବାକୁ ପରିଧାନ

     ଦେଶ ଦେଶ ମଧ୍ୟେ

       ଚାଲେ ପ୍ରତିଯୋଗିତା

    ବିଶ୍ଵ ଏବେ ହୋଇଛି ଅଶାନ୍ତ

     ବିଜ୍ଞାନ କାରିଗରୀ ଜ୍ଞାନକୁ

     ଆୟୁଧ କରି

        ମଣିଷ ରଚାଏ

      କେତେ ଯେ ଆତଙ୍କ

     ମଣିଷ ଜାତି ମଣିଷକୁ

    କରେ ଆହତ ଓ ନିହତ

       ରୋଗ, ଶୋକ, ଦୁଃଖେ

    ମଣିଷ ଆଜି ଆତଙ୍କିତ

     ସମଗ୍ର ମାନବ

    ସଭ୍ୟତା ଓ ପରିବେଶ

    ଅଧୁନା ସମ୍ପୂର୍ଣ୍ଣ ବିଷାକ୍ତ

    ସଭିଏଁ ମାନସିକ ସ୍ତରେ

     ସେ ପାଇଁ ଏବେ ଭାରାକ୍ରାନ୍ତ ।


     


Rate this content
Log in