STORYMIRROR

Chittaranjan Nanda

Others

4  

Chittaranjan Nanda

Others

ଭାଙ୍ଗିବାର ଇଚ୍ଛା କରିବ କ୍ଷତାକ୍ତ

ଭାଙ୍ଗିବାର ଇଚ୍ଛା କରିବ କ୍ଷତାକ୍ତ

1 min
245

ବିଶ୍ୱ ଏକ ପରିବାର, ବନ୍ଧା ସମସ୍ତେ

ସ୍ନେହ ମମତାରେ 

ବାର୍ତ୍ତା ଥିଲା ସରବେ ହୁଅନ୍ତୁ ନିରାମୟ

ଏହି ବିଶ୍ୱରେ


ଶାନ୍ତି ମୈତ୍ରୀ ପ୍ରେମ ମମତା ବନ୍ଧନ 

ରହୁ ପ୍ରତି ହୃଦୟରେ 

କେତେ ଭାରତର ମନିଷୀ ଗାଇଛନ୍ତି 

ଏହି ମନ୍ତ୍ର ସାରା ବିଶ୍ୱରେ


ଲିଭିଲେ ଅସୂୟା ଦାଗ ହୁଏ ଅନୁଭବ 

ଦିବ୍ୟ ଅମୃତର 

ଏହି ମାନବତ୍ୱ ଜ୍ଞାନ ତତ୍ତ୍ୱ ଅଟେ ଆମ

ଭାରତବର୍ଷର


ଜାଣିଛେ, ବନ୍ଦୁକର ଶକ୍ତି ଠାରୁ ଶକ୍ତି 

ଅଧିକ କଲମର

ମାନବର ମାନବତ୍ଵ ଭାବନା ଦ୍ୱାରା

ପରିଚୟ ମିଳିଥାଏ ମଣିଷର


ଏଇ ଅଛେ ତ ପୁଣି ଏଇ ତ ନାହିଁ, 

ଜୀବନ ତ କ୍ଷଣ ଭଙ୍ଗୁର 

ନେବା ସଂକଳ୍ପ, ଦେଶର ଗୌରବ 

ମର୍ଯ୍ୟାଦା ରକ୍ଷାର  


ସେବା ଆଉ ତ୍ୟାଗ ବୀରତ୍ୱ ମନ୍ତ୍ରରେ 

ଆମେ ସର୍ବେ ହୋଇବା ଦୀକ୍ଷିତ

ଭାରତ ମାଆ ପ୍ରତି ରଖି ମମତାର 

ଡୋରି, ସମୃଦ୍ଧ କରିବା ଭାରତ


ଭାଙ୍ଗିବାର ଇଚ୍ଛା ଯଦି କରିବ, ସେ ନିଶା,

ଆଖିରୁ ଲୁହ ନିଗାଡି ଥାଏ

ଯୋଡିପାରେ ନା ଆଉ ହୃଦୟକୁ ହୃଦୟ ସହ

କ୍ଷତାକ୍ତ ହେବାର ଭୟ ରହେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍