STORYMIRROR

Prasanta kumar Hota

Others

5.0  

Prasanta kumar Hota

Others

ଭାଲୃଣ୍ଟାଇନ ଦିନ ଉପଲକ୍ଷେ

ଭାଲୃଣ୍ଟାଇନ ଦିନ ଉପଲକ୍ଷେ

1 min
700


ମଳୟ ବୋହିନି ମଧୁପ ଆସିନି

ଆସିନାହିଁ ମଧୁକାଳ

ମଧୁକର କିନ୍ତୁ ମଧୁ ନେବା ଆଶେ

ଖୋଜୁଥାନ୍ତି ମଧୁବେଳ


ସପ୍ତା ସମାରୋହ ଭାଲେଣ୍ଟାଇନର

ସାତ ଦିନେ ସମାପନ

ରୋଜ ଦିନ ଠାରୁ ହଗ୍ ଦିନ ଯାଏ

ଯୁବା ମନ ଛନ ଛନ


ପାଗ ଅନୁକୂଳ ପଶ୍ଚିମ ସକଳ

ଏହି ମାସେ ତେଣୁ ବନ୍ଧା

ପୁରୁବେ ପରବ ନୁହେଁ ପରାଗତ

ପରାନୁକରଣେ ଫନ୍ଦା


ବସନ୍ତରେ ବଶ ରାଧାକୃଷ୍ଣ ରାସ

ଭକ୍ତି ପ୍ରେମ କର୍ମ ସୁଖ

ପ୍ରେମର ପୁଲକ ପାଆନ୍ତି ଉତ୍ସୁକ

ତୃଷାର୍ତ୍ତ କୁ ବଳାହକ


କୃଷ୍ଣ ପ୍ରେମ ଭାବ ବୁଝୁଛି ବା କିଏ

ମଦମତ୍ତେ ଚର୍ମାନନ୍ଦ

ଅନ୍ଧ ହୋଇଯାଏ ବିବେକ ବିଚରା

ସତେକି ପରମାନନ୍ଦ।


ଭାଲୃଣ୍ଟାଇନ ଯେ କରିଥିଲେ ଯାହା

କରୁଛି ବା କିଏ ତାକୁ

ପ୍ରତୀକ ଧର୍ମରେ ପ୍ରେମ ପରିଭାଷା

ପାଶ୍ଚାତ୍ୟ କରିଛି କାବୁ


ପ୍ରପୋଜ ଡେ ପରେ ବ୍ରେକ୍ ଅପ୍ ଆସେ

ପ୍ରେମ ପର୍ବେ ଏକ ଧାରା

ଯୁବକ ଯୁବତୀ ବେଳହୁଁ ବିଳାସୀ

ଦେଉଛନ୍ତି ଯାହା ନାରା


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍