ଭାଇ
ଭାଇ
1 min
209
ଶୁଖିଲା ମୁହଁରେ ଖେଳେଇ ଦିଏ ହସର ଲହରୀ ,
ଦୁଃଖର ବାଦଲକୁ ହଟେଇ ଦିଏ ସୁଖର ଛାଇ ,
ମତେ ଗାଳି କରିଛି , ମୋ ଉପରେ ରାଗିଛି ଋଷିଛି,
ହେଲେ ଯେତେବେଳେ ମୁଁ ଝୁଣ୍ଟିଛି
ସେତେବେଳେ ସେ ମୋ ହାତକୁ ଜାବୁଡି ଧରି ଉଠେଇଛି ,
ମୋ ସହ ଲଢ଼ିଛି ,ମୋ ପାଇଁ ଲଢ଼ିଛି ,
ମୋ ଦୁଃଖରେ କାନ୍ଦିଛି ,ହସରେ ହସିଛି ,
ସାହସ ଦେଇଛି ସାହାରା ଦେଇଛି ,
ମୋ ଠୁ ମତେ ଯିଏ ଅଧିକ ଜାଣିଛି ,
ସବୁ ବେଳେ ସାଥିରେ ଥାଏ ଶକ୍ତି ହୋଇ
କହିଲେ ବି ହାତ ଛାଡି ଦୂରେ ଯାଏ ନାହିଁ ,
ନା ନା ସେ ଆଉ କେହି ନୁହେଁ ସେ ମୋ ଭାଇ ।।
ମୋର ସବୁ ଭାଇମାନଙ୍କୁ ଭାତୃ ଦିବସର ଅଭିନନ୍ଦନ
