STORYMIRROR

Amulya Kumar Nayak

Others

3  

Amulya Kumar Nayak

Others

ଭାଇ ଚାରାର ପର୍ବ ହୋଲି

ଭାଇ ଚାରାର ପର୍ବ ହୋଲି

1 min
189


ଫଗୁଣ ଆସିଛି ରଂଗ ବରଷୁଛି

   କେତେ ସ୍ନେହ ପ୍ରେମ ନେଇ

କୋଇଲିର କଣ୍ଠେ ଗୀତ ଗାଉଅଛି

   ନବ ପଲ୍ଲବିତ ହୋଇ ।।1


ଦକ୍ଷିଣ ଦିଗରୁ ମଳୟ ବହୁଛି

   ଶାନ୍ତି ମୈତ୍ରୀ ଗୀତ ଗାଇ

ପ୍ରକୃତି ମେଲାଇ ଦେଇଛି ପସରା

   ଭାଇଚାରା ଭାବ ନେଇ ।।2


ରାଧା ଖେଳୁଛନ୍ତି ଗୋବିନ୍ଦ ସାଥିରେ

   ଐଶ୍ୱର୍ଗୀକ ମନ ନେଇ

ଓଗାଳ ଗାଉଛି ଗଉଡ ଭାଇ ହେ

   ଆରିଷା କାକରା ଖାଇ ।।3


ରଂଗର ପସରା ଯାଇଅଛି ମେଲି

   ଆସିଛି ଫଗୁ ଲଗନ

କହୁଛିକି କେବେ କିଏ ଏଠି ହିନ୍ଦୁ

   ଅବା କିଏ ମୁସଲମାନ ।।4


ଗାଆଁଠୁ ସହର ଉଠୁଛି ପଡୁଛି

   ବିମାନେ ବସିଛି କାହ୍ନା

ରାମ ବି ଶୁଭୁଛି ରହିମ୍ ଶୁଭୁଛି

   ମଣିଷ ନାମରେ ଚିହ୍ନା ।।5


ଭୁଲି ସବୁମାନ ଭୁଲି ଅଭିମାନ

   ଶଙ୍ଖ ହୁଳହୁଳି ଦିଅ

ଜଗତ କଲ୍ୟାଣ ହୋଲି ପରବକୁ

   ଆପଣାର କରିନିଅ ।।6



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍