STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ଭାଇ ଭଉଣୀ

ଭାଇ ଭଉଣୀ

1 min
201

                                       

ଭାଇ ଭଉଣୀର ଆତ୍ମୀୟ ସଂପର୍କ     

           ପବିତ୍ର ପ୍ରେମର ଧାରା

ଗୋଟିଏ ବୃନ୍ତର ଦୁଇଟି କଳିକା      

         ସରଗର ଜହ୍ନ,ତାରା ।।


ଏମିତି ଗୋଟାଏ ନିର୍ମଳ ବନ୍ଧନ      

             ବାନ୍ଧି ଦେଇଅଛି ବିହି

ସଂସାରେ ଏପରି ଅଲିଭା ସଂପର୍କ    

             ଆଉକିଛି ନାହିଁ ନାହିଁ ।।


ଭାଇରଖିଥାଏ ଭଗିନୀ ମହତ       

               ଅଭୟ ଆଶ୍ରୟ ସିଏ

ଭଉଣୀ ଭାଇର ହାତରେ ପବିତ୍ର

     ରାକ୍ଷୀ ବାନ୍ଧିଦେଇଥାଏ ।।


ଭାଇର ଆୟୁଷ ପାଇଁ କେତେ ଓଷା

      ବ୍ରତ,ପୁଜା,ଆରାଧନା

ଭଉଣୀ ମନାସେ ଭାଇର ମଙ୍ଗଳ

    ଏ ଏକ ଦିବ୍ୟ ଚେତନା ।।


ଏମିତି ଅତୁଟ ବଳିଷ୍ଠ ବନ୍ଧନ 

     ରକ୍ତର ସଂପର୍କ

ଅଛିଣ୍ଡା ଏ ଭାବ ତୁଟେନାହିଁ କେବେ

     ଜନ୍ମ ଜନ୍ମାନ୍ତର ଯାକ ।।


ଏପରି ସ୍ଵର୍ଗିୟ ଦିବ୍ୟ ସମ୍ବନ୍ଧ  

      ଗୋଟିଏ ମା‌ର ଛୁଆ

ଜଣେ ପାଇଁ ଜଣେ ତା ଅନ୍ତର କୋଣେ

     ସାଇତା ଟିକିଏ ମାୟା ।।


ମଙ୍ଗଳା ମାର ତଅପୋଇ ଓଷା

      ଭାଇ ଭଉଣୀ କାହାଣୀ

କରିଛି ଏମନ୍ତ କଥାରୁଦ୍ଧିମନ୍ତ 

     କେତେ ବା ହେବି ବଖାଣି ।।


Rate this content
Log in