STORYMIRROR

Subhalaxmi Nayak

Children Stories

3  

Subhalaxmi Nayak

Children Stories

ଭାଇ ଭଉଣୀ

ଭାଇ ଭଉଣୀ

1 min
131

ସାରା ଓ ଗୁଡୁ ଭାଇ ଭଉଣୀ

ଦୁହେଁ ଦୁହିଁଙ୍କର ସଙ୍ଗେ ଖେଳନ୍ତି

କଣ୍ଢେଇ ଖେଳକୁ ନେଇ ଦୁହିଁଙ୍କ ମଧ୍ୟରେ

ହେଲା କଥା କଟାକଟି

ରାଗରେ ଗୁଡୁ କଣ୍ଢେଇ ନେଇ 

ଦୂରକୁ ଦେଲା ଛାଟି।

ସାରା ରାଗରେ ଭାଇକୁ ତା'ର

ଅନାଇ ଦାନ୍ତ ରଗଡ଼ି ଦେଇ

କହିଲା ମାଙ୍କଡ଼ କୋଉଠି ଥିଲୁ

ଏବେ ଆସିଛୁ ମୋ ଭାଇ ହେଇ।

ଗୁଡୁ ବି ରାଗରେ ଭଉଣୀକୁ ଦେଖି

ଦାନ୍ତ ନିକୁଟି ତରାଟି ଆଖି

କହିଲା ସାରାକୁ ଭାରି ଫୁଲେଇ 

କୋଉଠି ଥିଲୁ କାଣୀ ବିଲେଇ।

ମାଆ ଶୁଣି ଦୁଇ ଭାଇ ଭଉଣୀ କଥା

ଆସିଲେ ଝଅଟ ଦେଲେ ଦି ବିଧା

ସାରା କାନ୍ଦେ କଇଁ କଇଁ ହୋଇ

ଗୁଡୁ ଦେଖି ତା'ର ଭଉଣୀ କାନ୍ଦ

ଆଉଁସି ଦେଲା ତା ପିଠିକୁ ଯାଇ

କହିଲା ଲୋ ମୋର ଗେହ୍ଲା ଭଉଣୀ

କାନ୍ଦେ ନାହିଁ ଉଚ୍ଛନ୍ନ ହୋଇ

ଆଉ କରିବିନି ତୋ ସାଙ୍ଗେ କଳି

ପୋଛି ଦେଇ ଲୁହ ଚାଲ ଯିବା ଏକାଠି ଖେଳି 

ଗେଲ କରେ ତାକୁ କୋଳରେ ଧରି

ଭାଇ ପାଖରେ ହୋଇଣ କାଖ

ସାରା ହସି ଦେଲା ଦେଖ ରେ ଦେଖ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍