STORYMIRROR

Srinibas Mahalik

Others

3  

Srinibas Mahalik

Others

ଭାଇ ଭଉଣୀ-୨

ଭାଇ ଭଉଣୀ-୨

1 min
14.1K


ବିଲେଇ ମାଙ୍କଡ ଗଧି ନାମରେ

ଭଉଣୀଙ୍କୁ ଆମେ ଡାକୁ ସ୍ନେହରେ ।୧I

ଭଲ ନାମ ତାଙ୍କ ଯେତେ ବି ଅଛି

ପାଟିରେ ଆମର ପଶେନି କିଛି ।୨I

ଯେବେବି ସେମାନେ କରନ୍ତି ଓଷା

ଘରେ ଆମେ କରୁ ଚିକେନ କସା ।୩I

ପ୍ରଥମେ ସେମାନେ କରନ୍ତି ଗାଳି

ତା'ପରେ ଦୁହେଁ ବଢାନ୍ତି ଥାଳି ।୪

ଭୁଲ୍ ଯଦି କିଛି କରିବୁ ଆମେ

ଦୋଷ ଲଦାହେବ ଭଉଣୀ ନାମେ ।୫I

ଆମେ ହେଲୁ ସବୁ ଟମ୍ ଆଣ୍ଡ୍ ଜେରି

ଝଗଡାରେ ପିଜି ଦେଇଛୁ ସାରି ।୬I

ନାହିଁ କୈାଣସି ଦିନ ଏଭଳି

ଯେଉଁଦିନ ଆମେ ଲାଗିନୁ କଳି ।୭I

ଦିନମାନ ଆମ ଏଭଳି କଟେ

ଭଉଣୀ ଆମର ସର୍ବସ୍ବ ଅଟେ ।୮I

ଭାଗ୍ୟବାନ ଆମେ କହୁଛୁ ଖୋଲି

ଦୁଈଟି ଭଉଣୀ ପାଇଛୁ ବୋଲି I୯I


@ବିଜୟନଗର, ଗଣିଆ, ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍