ଭାଏ ଜିଉଁତିଆ
ଭାଏ ଜିଉଁତିଆ
1 min
155
କେତେ ଗହ ଗହ ଲାଗୁଅଛେ
ଆଏଲା ନ ଦସହରା ପୁନୀ,
ଉପାସ୍ ରହି କରବେ ଭାଏ ଜିଉଁତିଆ
ଭାଏର୍ ଲାଗି,ସବୁ ବହନୀ ।
ଭାଇର୍ ମଙ୍ଗଲ୍,କାମନା କରି
ମାଁ 'କେ କରୁଛନ୍ ଅର୍'ଦଲି,
ମୋର୍ ଭାଏ କେ ବନେ ରଖିଥିବି
ତୁଇଁ ଗୋ ସାହା ସମଲେଇ l
ତୋର୍ ପାହାତଲେ କରୁଛେ ପୂଜା
ଉପାସ୍ ,ବରତ୍ ରଖି,
ଦୁଃଖ୍ ମନା କରବୁ ନାଇଁ ଗୋ ମାଁ
ମୋର୍ ଭାଏ ମୋର୍ ଆଖି ।
ସବୁ ଦୁଃଖ୍ ବିପଦ୍ ମତେ ଦେବୁ
ଭାଏ କେ ରଖିଥିବୁ ସୁଖେ,
ମୋର୍ କିରିଆଁ ଲାଗ୍'ଲା ମାଁ ତତେ
ଉପାସ୍ ରହୁଛେ କେତେ ଦୁଖେ ।
ଗେଲେଇ ବହନୀ କହି ଭାଏ ମୋର୍
ଲାଡେଗଲେ ମତେ ରଖିଛେ,
ତୋର୍ ଛତର୍ ଢାପି ରଖ୍'ବୁ ସମଲେଇ
ତତେ ସାଖି ରଖି ଜିଉଁତିଆ ବାନ୍ଧୁଛେ ।
