Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anirudha Kund

Others

4.0  

Anirudha Kund

Others

ଭାବର ଠାକୁର

ଭାବର ଠାକୁର

1 min
11.8K



ଭାବର ଠାକୁର

ଅନିରୁଦ୍ଧ କୁଣ୍ତ

*********************


ଭାବର ଠାକୁର  ଭାବକୁ ଆତୁର

    ଭୁବନମୋହନ ହରି

ଭାବରେ ଡାକିଲେ  ଭବ ସାଗରରୁ

    ଭାବଗ୍ରାହୀ କରେ ପାରି ॥


ଭାବରେ ଦାସିଆ ଶ୍ରୀଫଳ ବଢାଇ

   ଡାକିଦେଲା ହରି ହରି 

ଭାବାବେଗେ ପ୍ରଭୁ  ଭାବ ଲଗାଇଲେ

     ଦୁଇ ବାହୁକୁ ପ୍ରସାରି ॥


ଭାବରେ ବାଇଆ ଭାବ ବିନୋଦିଆ

     ସଖା ସୁଦାମାକୁ ଧରି

ଖୁଦଭଜା ଖାଇ  ଭାବରେ ବିହ୍ବଳ

       ସେହି ଭାବର ଭିକାରି ॥


 ଶବରି ଅଇଁଠା  ଶ୍ରୀବତ୍ସ ଗୋଇଠା

      ଲାଗିଲା ଭାବର ଡୋରି

ବନ୍ଧୁ ମହାନ୍ତିର  ବନ୍ଧୁ ପଣିଆରେ 

       ବନ୍ଧା ପଡିଗଲେ ହରି ॥


ଭକ୍ତ ସାଲବେଗ ଭାବରେ ଡାକିଲା

       ଅଟକିଲେ ରଥ ଧରି

ଭକତ ବତ୍ସଳ ଭାବରେ ବିହ୍ବଳ

      ଭାବମୟ ନରହରି ॥


ସମର୍ପଣ ଭାବ ପକାଏ ପ୍ରଭାବ

       ଦେଖ ସମର୍ପଣ କରି

 ପୂର୍ଣ୍ଣବ୍ରହ୍ମ ପାଶେ ପୂର୍ଣ୍ଣ ସମର୍ପଣ

      ଆଣିଦେବ କୃପା ବାରି ॥


Rate this content
Log in