STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଭାବର ଠାକୁର

ଭାବର ଠାକୁର

1 min
192


ଭାବିଭାବି ଭାବୁକ ହେଲେଣି

ତୋର କିନ୍ତୁ ପ୍ରଭୁ

ଦର୍ଶନ ହିଁ ନାହିଁ।


କେମିତି ହେବ କୁହ

ତୁମେ ତ ବାଛିବାଛି ଭାବୁକଙ୍କ ପାଖରେ ବନ୍ଧା

ଯେମିତି ଦାସିଆ ବାଉରୀ ଅଥବା ଭକ୍ତ ସାଲବେଗ?


ହେଲେ ଏମାନେ

ମୋଟେ ଭାବରେ ନୁହେଁ,ଆବେଗରେ 

ନୀଚ୍ଚତା,ଧୃଷ୍ଟତା ଆଉ

ମନରେ ଆବିଳତା ବି ନୁହେଁ।


ଯେଉଁଠି ଭୋକର ଦାଉ

ଚୁଲିକୁ ଯାଉ ଭାବ ଆଉ ଭକ୍ତି।


ତୁମେ ସେମାନଙ୍କ ପାଖରେ 

ନେଶି ହୁଅନି କି ବୁଝନି

କିନ୍ତୁ କାହିଁକି?


ବାରେ ତ ଦୃଷ୍ଟି ଦିଅ

ଭୋକିଲା ଶୋଷିଲା ଏ ସଂସାରର କାଙ୍ଗାଳମାନଙ୍କୁ।


ଭରପୂର ଚିନ୍ତା ତ ସେଇଠି

ଯେଉଁଠି ଭାବରେ ଭାବରେ ନୁହେଁ

ଦୁଃଖରେ ଦୁଃଖରେ

କାଳ କାଟୁଛନ୍ତି ହା'ଅନ୍ନର ଚିତ୍କାରେ।


ବୁଝନ୍ତୁ ଠାକୁର 

ଆଉ ସଦୟ ବି ହୁଅନ୍ତୁ

ତୁମର ଏ ଜନ୍ମିତ ନିକୃଷ୍ଟ ଜନକୁ।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍