STORYMIRROR

Samar Ballav Bhoi

Others

3  

Samar Ballav Bhoi

Others

ଭାବନାର ଭାବ

ଭାବନାର ଭାବ

1 min
195


ଭାବନାରେ ଭାବ ରଖି 

ଭାବିଲେ ଭାବୁକ

କାହାଣୀ, କବିତା ବନିବ ଅନେକ

ଭାବନା ସହରରେ ଭାବ ରାଜଧାନୀ

ଭାବ ରାଜ ଭାବେ ଯଦି ହୁଅନ୍ତି ଅରାଜି

ଭାବ ଓ ଭାବି ହେବେ ଖୋଜା ଖୋଜି

ଭାବ ମଧ୍ୟେ ଭାବନାର ସୁନୀଳ ସପନ

ଶୋଭା ପାଏ ଭାବ ରାତ୍ରି

ବଢିଯାଏ ଭାବର ପରିଧି

ଭାବୁ ଭାବୁ ହୁଏ ଭାବର ସମୁଦ୍ର

ସମୁଦ୍ର ମନ୍ଥିଲେ ମିଳେ ଭାବର ଅମୃତ

ଭାବ ନେଇ ରାଜନୀତି

ଭାବ ନେଇ ଦେଶପ୍ରୀତି 

ଭାବରେ ଚାଲିଛି ଦେଶର ଗତି

ବେଗ ଓ ଆବେଗ ର ଭାବନା ସହରେ

ଭାବି ଭାବି ଦେଶବାସୀ ହୁଅନ୍ତି ଭାବୁକ

ଭାବରେ ଅଭାବ ଅଭାବରେ ଭାବ

ଭାବ ପରିମାପ ଭାବନା ଅମାପ

ମାନବ ନୁହଁଇ ଭାବନା ରକ୍ଷକ

ଭାବରେ ଭାଷଣ, ଭାଷଣରେ ଭାବ

ରଖି ଏ ଭାବୁକ କହିଚାଲେ ଲମ୍ବା ଭାବ ଅଭିଧାନ

ଭାବ ବିନା ଭାବ ରହିବ ଅଭାବ

ଭାବରେ ବିଶ୍ୱାସ ଭାବରେ ଅବିଶ୍ୱାସ

ସବୁ ସେହି ଭାବ ବିଶ୍ୱରୂପ

ଭାବର ଭାଷଣ

ଭାବ ପ୍ରକାରଣ

ବୁଝେଇ ପାରିବେ ଭାବ ଅଧ୍ୟାପକ।।


 

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍