STORYMIRROR

Sasmita Mohapatra

Others

3  

Sasmita Mohapatra

Others

ଭାବକୁ ନିକଟ

ଭାବକୁ ନିକଟ

1 min
293

ବାତ୍ସଲ୍ୟ ସ୍ନେହରେ ଯଶୋଦା ବାନ୍ଧିଲେ

ପ୍ରେମେ ବାନ୍ଧିଲେ ରାଧିକା

ଭକ୍ତିରେ ବିଦୁର ପ୍ରୀତି ଗୋପାଙ୍ଗନା

ଭାବରେ ସୁଦାମା ସଖା (୧)

ଅଷ୍ଟପାଟବଂଶୀ ହୃଦରେ ବାନ୍ଧିଲେ

ମନ୍ତ୍ରରେ ବାନ୍ଧେ ବ୍ରାହ୍ମଣ

ତପରେ ବାନ୍ଧନ୍ତି ସାଧୁସନ୍ଥ ଆଦି

ବିଶ୍ବାସେ ବନ୍ଧା ମୋହନ(୨)

ସେବାରେ ବାନ୍ଧନ୍ତି ପୁରୀ ଗଜପତି 

ଭକ୍ତ ବାନ୍ଧେ ଆରାଧ୍ୟରେ

ପାଞ୍ଚାଳକନ୍ୟା ତ ତ୍ୟାଗରେ ବାନ୍ଧିଲେ

ଦେବଦାସୀ ତ ନୃତ୍ୟରେ"(୩)

ଦାନରେ ବାନ୍ଧିଲେ ବଳି ମହାରାଜା

ଯୁଦ୍ଧରେ ପଞ୍ଚୁପାଣ୍ଡବ

ଶବର ବାନ୍ଧିଲା ନିଜକୁ ସମର୍ପି

ଶ୍ରୀକ୍ଷେତ୍ରେ ବନ୍ଧା ମାଧବ(୫)

ଯମୁନା ବାନ୍ଧିଲା ପୁଣ୍ୟ କରି ପ୍ରଭୂ

ରାସରେ ତ ବୃନ୍ଦାବନ

ପତିବ୍ରତା ଗୁଣେ ତୁଳସୀ ବାନ୍ଧିଛି

ଶୂନ୍ୟେ ବନ୍ଧା ଜନାର୍ଦ୍ଦନ(୫)

ନୈବେଦ୍ୟେ ବାନ୍ଧନ୍ତି ପଣ୍ଡା, ପଢିଆରି

କୀର୍ତ୍ତନରେ ଶ୍ରୀଚୈତନ୍ୟ

କେଉଁ ଆବେଗରେ ବାନ୍ଧିବି କୁହ ହେ

ପରବ୍ରହ୍ମ ମେଘବର୍ଣ୍ଣ (୬) 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍