STORYMIRROR

CHARUBALA PADHI

Others

4  

CHARUBALA PADHI

Others

ଭାବବିନୋଦିଆ

ଭାବବିନୋଦିଆ

1 min
1.1K

ତୁଳସୀ ଦୟଣା ଶ୍ରୀ ଅଙ୍ଗରେ ସଦା 

ଲାଗି ହେଉଥାଏ ନୀତି,

ତୋ ଛଡ଼ା ତୁଳସୀ ଭାଗ୍ୟରେ କାହିଁ ମୋ 

ମୁଁ ଯେ ପରା ହତଭାଗୀ ।


ଅନ୍ତରର ଡାକ ଶୁଣିପାରୁ ବୋଲି 

ଅନ୍ତର୍ଯ୍ୟାମୀ ନାମ ବହୁ ,

ମୋ ଅନ୍ତର କଥା କେମିତି ବୁଝୁନୁ 

ଏତେ ରୋଷ ତୋର କାହୁଁ।


ଇଚ୍ଛାମୟ ତୁହି ଇଚ୍ଛାରେ ତୋହରି

ବନ୍ଧା ଏ ସାରା ଜଗତ,

ତୋ କଳାଆଖିକୁ ଦେଖିବି ବୋଲିରେ

ଏ ଆଖି ହେଉଛି ବ୍ୟସ୍ତ।


ବାଇଶି ପାହାଚେ କେବେରେ ବସିବି

ଦେଖିବି ତୋ ନାଲି ହସ,

ଆନନ୍ଦ ବଜାରେ କ୍ଷୁଧା ମୋ ମେଣ୍ଟିବ

ମିଳିଲେ ଛପନ ପଉଟି ଭୋଗ।


ଦୋଷ ଥିଲେ ବାରେ କ୍ଷମା କରିଦେରେ

ଅବୋଧ ଅଜ୍ଞାନ ମୁହିଁ,

ଭାବର ଡୋରିରେ ବାନ୍ଧିଦେରେ ଥରେ

ଏ ଆଖି ରହିଛି ଚାହିଁ ।


ଡୋରି ତୁ ଲଗେଇ ଦେ ରେ କାଳିଆ

ଶିରୀକ୍ଷେତ୍ର ଥରେ ନେ,

ତୋ ଛପନପଉଟି ଭୋଗରୁ କାଳିଆ

କାଣିଚାଏ ମୋତେ ଦେଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍