STORYMIRROR

Pranati Mahapatra

Others

3  

Pranati Mahapatra

Others

ଭାବ ଡୋରେ ବନ୍ଧା ଥିଲି

ଭାବ ଡୋରେ ବନ୍ଧା ଥିଲି

1 min
13.4K


ଭାବ ଡୋରେ ମୋତେ

ବାନ୍ଧିଲା କାଳିଆ

ଭାବରେ ମୁଁ ପୁରୀ ଗଲି,

ତା ଭାବ ବନ୍ଧନ ସୁଗନ୍ଧ ଚନ୍ଦନ

ନ ପାରିବି କେବେ ଭୁଲି।

ଭାବରେ ଖାଇଲି ଅବଢ଼ା ତୋରାଣି

ଭାବରେ ପ୍ରୀତ ହୋଇଲି।

ଭାବ ଡୋରେ ମୋତେ....(.୦.)

ଭାବ ଡୋରେ ସିଏ ଆସିଲା ପାଖକୁ

ଆଉଁଷି ଦେଲା ମୋ ମଥା,

ଏକାକୀ ପଣକୁ ଦୂରେଇ ଦେଇ ସେ

ହରି ନେଲା ମୋର ବ୍ୟଥା,

ଭାବରେ ଦେଲା ସେ ତା’ ଛଡ଼ା ତୁଳସୀ

ଆନନ୍ଦରେ ପାଇ ଦେଲି ।

ଭାବ ଡୋରେ ମୋତେ....(୧)

ଭାବ ଡୋରେ ସବୁ ମାୟାର ବନ୍ଧନ

ଦୂରେଇଲା ମୋର ମନୁ,

"ମୁଁ “ଅହଂ ଭାବ ହରିନେଲା ହରି

ଦେଖାଇ ତା ବିଶ୍ଵ ତନୁ,

ଷଡ଼ଚକ୍ର ମୋର ଜାଗ୍ରତ କରିଲା

ଚେତନା ଫେରିପାଇଲି।

ଭାବ ଡୋରେ ମୋତେ.....(୨)

ସ୍ଵୟଂ ଆପେ ଆସି ଭାବ ବନ୍ଧନରେ

ସିଏ ସବୁ କରିଗଲା,

କହିବାକୁ ମୋର ଅନେକ ତ ଥିଲା

ହେଲେ ତୁଣ୍ଡେ ମୋର ତାଲା।

ନୟନ ଯୁଗଳ ଦେଖି ଯାଉଥିଲେ

ଭାବେ ମୁଁ ନୀରବ ଥିଲି।

ଭାବ ଡୋରେ ମୋତେ.....(୩)

ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର

ଫକୀରମୋହନ ନଗର,ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍