STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Others

3  

ନାୟକ ଅକ୍ଷୟ ରାଜହସ୍ତୀ

Others

ଭାବ ବ୍ୟଞ୍ଜନ

ଭାବ ବ୍ୟଞ୍ଜନ

1 min
11.3K

ଜିଭ ଜୀବର କାମନା ବାସନାରେ

ଲାଳାୟିତ ସବୁ ଇଚ୍ଛାକୁ

ନିଇତି ନୂଆ ରଙ୍ଗର ପୋଷାକ ପରିଧାନ କରେ ସ୍ୱାଦ କଣିକା..

ନିବିଡ ସମ୍ପର୍କର ତିଅଣ ରାନ୍ଧୁ ରାନ୍ଧୁ

ପରିପାକକୁ ଦେହର ଉଷୁମ ନିଆଁରେ

ଘାଣ୍ଟୁ ଥାଏ ମନ ଲାଖି ସୁଆଦ...

ରାଗ ରୁଷା,ମାନ ଅଭିମାନ,ପ୍ରେମ ଘୃଣାର

ମସଲା କେବେ କେବେ ଅଧିକ ହୁଏ

ଆଉ କେବେ କମ୍ ବି ହେଇଯାଏ l

ତଥାପି ଅବୁଝା ମନକୁ ବୁଝାଇ ଦିଏ

ଆପଣାର ଲାଗୁଥିବା

ଲବଣ ଯୁକ୍ତା ଆତ୍ମୀୟ ସତ୍ତା..

ଯା ବିନା ପରିଶେଷରେ

ପରିପାକ ହୁଏ ପରିପୂର୍ଣ୍ଣତା

ନିବିଡ ବନ୍ଧନର ଭାବ ବ୍ୟଞ୍ଜନ ଗୀତା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍