STORYMIRROR

Sarojini Jena

Others

3  

Sarojini Jena

Others

ବଗ ବଗୁଲି

ବଗ ବଗୁଲି

1 min
136


ଧୋବ ଫର ଫର ବଗ ବଗୁଲି

ଆକାଶେ ଉଡି ଯାଏ,

ନୀଳ ଆକାଶ ବଉଦ ମେଳେ

ଅତୀବ ଶୋଭା ପାଏ ll


ବଗୁଲି ଦିନେ କହିଲା ପୁଣି

ଦୂର ରାଇଜେ ଯିବା ଚାଲି,

କେହି ନଥିବେ ଅଜଣା ଜଗା

ବୁଲିବା ମନ ଖୋଲି ll


ନୂଆ ଦୁନିଆ ଆମେ ଗଢିବା

କେହି ନଥିବେ ସେଠି,

ପର ଆପଣା ଭେଦକୁ ଭୁଲି

ରହିବା ଆମେ ଏକାଠି ll


ସପନ ଦେଖି ଆଖିରେ ଆମ

ପାସୋରି ପୁରୁଣା କଥା,

ନୂଆ ସକାଳ ଅପେକ୍ଷା କରି

ଜଣାଏ ଶୁଭ ବାରତା ll


ମନ ମଉଯେ ବୁଲି ବୁଲିକା

କରିବା ଆମେ ଘର,

ଘରେ ଆମର ଖୁସି ଆସିବ

ହସିବ ଆମ ସଂସାର ll


ମିଛ ମାୟା ଏ ଦୁନିଆ

କେହି ନୁହେଁ ତ କାହାର,

ସଭିଙ୍କୁ ପୁଣି ନିଜର କଲେ

ଦୁନିଆ ହେବ ସରଗପୁର ll



Rate this content
Log in