STORYMIRROR

Bijay Prusty

Others

2  

Bijay Prusty

Others

ବେସୁରା ଗୀତି-୭୬୭

ବେସୁରା ଗୀତି-୭୬୭

1 min
13.2K


ଦୁଃଖ କଥା ପଦେ ଲେଖିବିନି ଆଉ

ସୁଖ କିଛି ଲେଖିବିନି,

ଜୀବନ ପଥର କ୍ଳାନ୍ତ ପଥିକ ମୁଁ

ବାଟ ଆଉ ଚାଲିବିନି ॥

କେତେ ଝଡି ବଢି ସହି ସାରିଲିଣି

କେତେ ବା ସହିବି ଆଉ,

ବରଷା ରେ ଭିଜି ଗୀତ ଗାଇବାର

ମନ କଥା ମନେ ରହୁ ॥

ଧାରା ଶିରାବଣ ସରି ତ ଗଲାଣି

ବର୍ଷା ବି ଯିବ ଚାଲି,

ଶରତେ ହସିବ ଏ ଧରଣୀ ରାଣୀ

ବର୍ଷା କୁ ଯିବ ଭୁଲି ॥

ସତେ କି ଆଖିରୁ ଶୁଖିବ ମୋ ଲୁହ

ଯେ ଯାହା କହୁଛି କହୁ,

ନିତି ମରୁଥିବି ନିତି ଜୀଉଁଥିବି

ଏ ଦେହଟା ଥାଉ ଥାଉ ॥

ଆଉ ଥରେ ପୁଣି ଫେରିବ ବରଷା

ଫେରନ୍ତା ମୌସୁମୀ ସାଥେ,

ଯଦି ଜୀଇଁଥିବି ପ୍ରତୀକ୍ଷା କରିବି

ଭିଜିବାକୁ ତାର ସାଥେ ॥


Rate this content
Log in